31.1 C
Bhubaneswar
Friday, March 29, 2024
Home୭୫ ତମ ସ୍ୱାଧୀନତା ବିକାଶଆଜାଦୀ କା ଅମୃତ ମହୋତ୍ସବ : ରାଜ୍ୟରେ ଗାନ୍ଧୀଙ୍କ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ଆଜାଦୀ କା ଅମୃତ ମହୋତ୍ସବ : ରାଜ୍ୟରେ ଗାନ୍ଧୀଙ୍କ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ବର: ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ସ୍ଵାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କୃତିତ୍ବ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି ।

ସ୍ଵାଧୀନତା ସଂଗ୍ରାମ କାଳରେ ମହାତ୍ମା ଗାନ୍ଧୀ ବିଭିନ୍ନ ସମୟରେ ଓଡିଶାକୁ ଆଗମନ କରିଛନ୍ତି । ଓଡ଼ିଶାବାସୀଙ୍କ ପ୍ରତି ତାଙ୍କ ମନରେ ସ୍ଵତନ୍ତ୍ର ଦରଦ ଥିଲା । ଗୋପବନ୍ଧୁ ଓ ମଧୁସୂଦନଙ୍କ ଆମନ୍ତ୍ରଣ କ୍ରମେ ସେ ଓଡିଶାକୁ ଅନେକ ଥର ଆସି ରାଜ୍ୟ ଓ ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ନିଜର ସୁଚିନ୍ତିତ ମତାମତ ଦେଉଥିଲେ ଓ ନିଜର ସାମର୍ଥ୍ୟ ଅନୁସାରେ ଏହାର ସମାଧାନ ନିମନ୍ତେ ଚେଷ୍ଟା କରୁଥିଲେ । ଓଡ଼ିଶାକୁ ତାଙ୍କର ଆଗମନକୁ ସେ ନିଜେ ତୀର୍ଥ ଯାତ୍ରା ସଦୃଶ ବର୍ଣ୍ଣନା କରିଛନ୍ତି ।

ଅଧୁନା ଦେଶ ବ୍ୟାପୀ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେଉଥିବା ବେଳେ ଓଡ଼ିଶା ପ୍ରଦେଶରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ସଂପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି । ସାଂପ୍ରତିକ ବିଶ୍ୱରେ ଗାନ୍ଧୀ ବିଚାରଧାରାର ମହତ୍ଵ ଓ ପ୍ରାସଙ୍ଗିକତା ସଂପର୍କରେ ରାଜ୍ୟର ବର୍ତ୍ତମାନ ଓ ଆଗାମୀ ପିଢିଙ୍କୁ ଅବଗତ କରିବା ଉଦ୍ଦେଶ୍ୟରେ ତଥା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ କୃତି ଓ କୀର୍ତ୍ତିର ସ୍ମରଣ ନିମନ୍ତେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ମହତ୍ତର ଉଦ୍ୟମ ସ୍ଵରୂପ ଇଂରାଜୀରେ ‘ ଗାନ୍ଧିଜୀ ଇନ୍ ଓଡ଼ିଶା ’ ( ଓଡ଼ିଶାରେ ଗାନ୍ଧିଜୀ ) ଶୀର୍ଷକ ଏକ ଅନନ୍ୟ ସଂକଳନର ପୁନଃସଂସ୍କରଣ ପ୍ରକାଶିତ ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉନ୍ମୋଚିତ ହୋଇଛି । ଉକ୍ତ ପୁସ୍ତକଟିରେ ସ୍ଥାନିତ ଗାନ୍ଧିଜୀଙ୍କର ଓଡ଼ିଶା ଆଗମନ ଓ ବିଭିନ୍ନ ପ୍ରସଙ୍ଗ ସଂପର୍କରେ ବହୁମୂଲ୍ୟ ଆଲେଖ୍ୟ ପାଠକମାନଙ୍କ ଦ୍ଵାରା ନିଶ୍ଚିତ ଆଦୃତ ହେବ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking