26.1 C
Bhubaneswar
Friday, March 29, 2024
Homeଓଡିଶାଆଜାଦୀ କା ଅମୃତ ମହୋତ୍ସବ : ୮ଟି ଜେଲ୍‌ରୁ ୧୯ ଜଣ କଏଦୀ ମୁକ୍ତ

ଆଜାଦୀ କା ଅମୃତ ମହୋତ୍ସବ : ୮ଟି ଜେଲ୍‌ରୁ ୧୯ ଜଣ କଏଦୀ ମୁକ୍ତ

ଭୁବନେଶ୍ୱର: ଆଜାଦୀ କା ଅମୃତ ମହୋତ୍ସବ ପାଇଁ ଓଡ଼ିଶାର ୮ଟି ଜେଲ୍‌ରୁ ୧୯ ଜଣ କଏଦୀ ସ୍ୱାଧିନତା ଦିବସ ଦିନ ମୁକ୍ତ ହେବେ । ଉକ୍ତ ୧୯ ଜଣ କଏଦୀଙ୍କ ମଧ୍ୟରେ ମହିଳା କଏଦୀ ଅଛନ୍ତି । ସେମାନଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ପାଇଁ ସେମାନଙ୍କୁ ମୁକ୍ତ କରାଯାଇଥିବା ଜେଲ୍ ବିଭାଗ ପକ୍ଷରୁ କୁହାଯାଇଛି । ସ୍ୱାଧିନତାର ୭୫ ବର୍ଷ ପାଇଁ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି । ତେଣୁ ଏନେଇ କେନ୍ଦ୍ର ଆଇନ୍ ବିଭାଗ ସମସ୍ତ ଜେଲ୍‌ର ନିର୍ଦ୍ଦେଶକଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଯେଉଁ କଏଦୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି ସେମାନଙ୍କୁ ମୁକ୍ତ କରିବାକୁ କୁହାଯାଇଥିଲା । ଏହି ଆଧାରରେ ଜେଲ୍ ବିଭାଗର ଅଭ୍ୟନ୍ତରୀଣ କମିଟି ଓଡ଼ିଶାର ୮ଟି ଜେଲ୍‌ରୁ ଏହି ୧୯ଜଣ କଏଦୀଙ୍କ ନାମ ଚୟନ କରିଥିଲେ । ଏହାକୁ ଆଇନ୍ ବିଭାଗ ନିକଟକୁ ପଠାଯାଇଥିଲା ।

ସେଠାରୁ ଗ୍ରୀନ୍ ସିଗ୍‌ନାଲ ମିଳିବା ପରେ ରାଜ୍ୟପାଳଙ୍କ ଅନୁମତି ପରେ ୧୯ ଜଣ କଏଦୀ ମୁକ୍ତ ହେବେ ବୋଲି ଜଣାପଡ଼ିଛି । ଆଗାମୀ ଦିନରେ ଆହୁରି ଏକାଧିକ କଏଦୀ ମୁକ୍ତ ହେବେ ବୋଲି ଜଣାପଡ଼ିଛି । ସ୍ୱାଧିନତା ଦିବସ ଦିନ କଏଦୀ ମୁକ୍ତ ହେବା ପରେ ଜେଲ୍‌ରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିବେ ବୋଲି ଜଣାପଡ଼ିଛି । ବ୍ରହ୍ମପୁର ସର୍କଲ ଜେଲ୍‌ରୁ ୬ଜଣ, କେଉଁଝର ଡିଷ୍ଟିକ୍ ଜେଲ୍‌ରୁ ୪ଜଣ, ପୁରୀ ଡିଷ୍ଟିକ୍ ଜେଲ୍‌ରୁ ୩, କୋରାପୁଟ ସର୍କଲ ଜେଲ୍‌ରୁ ୨ଜଣ, ବାଲେଶ୍ୱର ଡିଷ୍ଟିକ୍ ଜେଲ୍‌ରୁ ୧ ଜଣ, ଚୌଦ୍ୱାର ସର୍କଲ ଜେଲ୍‌ରୁ ୧, ସୁନ୍ଦରଗଡ଼ ଡିଷ୍ଟିକ୍ ଜେଲ୍‌ରୁ ୧ ଏବଂ ମଦନପୁର-ରାମପୁର ସବ୍ ଜେଲ୍‌ରୁ ଜଣେ କଏଦୀ ମୁକ୍ତ ହେବେ ।

ବ୍ରହ୍ମପୁର ସର୍କଲ ଜେଲରୁ ବିଜୟ ପାତ୍ର, ରାମଚନ୍ଦ୍ର ନାହାକ, ସାରଥି ଭୂୟାଁ, ପ୍ରଶାନ୍ତ କୁମାର ପଟ୍ଟନାୟକ,ନିତ୍ୟାନନ୍ଦ ସାହୁ ଏବହ ସୁଶାନ୍ତ ପାଢୀ । ସେହିପରି ପୁରୀ ଜେଲ୍‌ରୁ ବେଣୁ ଭୋଇ, ଦିପ୍ତିରଞ୍ଜନ ସେଠି ଓରଫ ଚଗଲା ଏବଂ ମହନ୍ତ ନାୟକ ମୁକ୍ତ ହେବେ । କେଉଁଝର ଜେଲ୍‌ରୁ ରାମ ମୁଣ୍ଡା, ଶ୍ରୀଧର ନାୟକ, ବିଷ୍ଣୁଚରଣ ମୋହନ୍ତ, ବଳରାମ ମୁଣ୍ଡା ମୁକ୍ତ ହେବେ । ଚୌଦ୍ୱାର ଜେଲ୍‌ରୁ ହରିହର ନାୟକ, କୋରାପୁଟ୍ ଜେଲରୁ ଦିବା ପରଜ ଏବଂ ଭାରତ ହୁଇକା, ମୁକ୍ତ ହେବେ । ସୁନ୍ଦରଗଡ଼ ଜେଲ୍‌ରୁ ମୋରିସ୍ କେରକେଟା ଓରଫ ମୁରଲୀ ଏବଂ ମଦନପୁର-ରାମପୁର ଜେଲ୍‌ରୁ ଝାସ୍‌କେତନ ସାହୁ ମୁକ୍ତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking