38.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶନୂଆ ଦଳ ଗଢ଼ିଲେ ଆଜାଦ

ନୂଆ ଦଳ ଗଢ଼ିଲେ ଆଜାଦ

ଜମ୍ମୁ : କଂଗ୍ରେସରୁ ଇସ୍ତଫା ଦେବାର ପ୍ରାୟ ମାସକ ପରେ ଗୁଲାମନବୀ ଆଜାଦ ସୋମବାର ନୂତନ ରାଜନୈତିକ ଦଳ ଗଠନ କରିଛନ୍ତି। ନୂତନ ଦଳର ନାମ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ରଖାଯାଇଥିବାବେଳେ ଏହାର ଦଳୀୟ ପତାକାକୁ ମଧ୍ୟ ଉନ୍ମୋଚନ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଆଜାଦ କହିଛନ୍ତି ଯେ ତାଙ୍କ ଦଳ ପ୍ରଚାର ଅଭିଯାନରେ କେବେ ମଧ୍ୟ ‘ଧାରା ୩୭୦’ ସମ୍ପର୍କରେ ଉଲ୍ଲେଖ କରିବ ନାହିଁ । ଜମ୍ମୁ-କଶ୍ମୀରରେ ଯେକୌଣସି ସମୟରେ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଥିବାରୁ ପ୍ରଥମେ ଦଳର ପଞ୍ଜୀକରଣ କରାଯିବ ବୋଲି ସେ କହିଛନ୍ତି । କୌଣସି ଜାତି ଓ ଧର୍ମକୁ ଆଧାର କରି ତାଙ୍କ ଦଳ ଗଠନ କରାଯାଇନାହିଁ ।

ଏହା ସମ୍ପୂର୍ଣ୍ଣଭାବେ ଗଣତାନ୍ତ୍ରିକ ହୋଇଥିବାବେଳେ ଗାନ୍ଧୀଜୀଙ୍କ ଆଦର୍ଶକୁ ଅନୁସରଣ କରିବ ବୋଲି ସେ କହିଛନ୍ତି । ନୂତନ ଦଳର ନାମକରଣ ପ୍ରସଙ୍ଗରେ ତାଙ୍କ ନିକଟକୁ ପ୍ରାୟ ୧୫୦୦ ପ୍ରସ୍ତାବ ଆସିଥିଲା । ସେଥିମଧ୍ୟରୁ ‘ଡେମୋକ୍ରାଟିକ୍ ଆଜାଦ ପାର୍ଟି’ ସର୍ବସମ୍ମତକ୍ରମେ ଗୃହୀତ ହୋଇଛି । ଦଳୀୟ ପତାକାରେ ନୀଳ, ଧଳା ଓ ହଳଦିଆ ରଙ୍ଗ ରହିଛି । ସୂଚନାଯୋଗ୍ୟ ରାହୁଲ ଗାନ୍ଧୀଙ୍କ କାର୍ଯ୍ୟଶ୍ରେଳୀରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଆଜାଦ ଅଗଷ୍ଟ ୨୬ରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking