39.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶଅଯୋଧ୍ୟା ରାମମନ୍ଦିର ଉତ୍ସବରେ ଆପଣ ବି ହୋଇପାରିବେ ସାମିଲ, ପଢନ୍ତୁ କିପରି

ଅଯୋଧ୍ୟା ରାମମନ୍ଦିର ଉତ୍ସବରେ ଆପଣ ବି ହୋଇପାରିବେ ସାମିଲ, ପଢନ୍ତୁ କିପରି

ନୂଆଦିଲ୍ଲୀ: ରାମନଗରୀରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନର ଏକ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ ଧରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହି ଅବସରରେ ଉତ୍ତ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ଉପସ୍ଥିତ ରହିବେ । ଯେତେବେଳେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମ ସହ ଯୋଡି ହେବେ । ରାମ ମନ୍ଦିର ଭୂମି ପୂଜନର ଏକ ବର୍ଷ ପୂର୍ତ୍ତି ଅବସରରେ ବିଶେଷ ପୂଜା ଓ ଅନ୍ୟ ଅନୁଷ୍ଠାନର ଯୋଜନା ପ୍ରସ୍ତୁତ ହୋଇଛି । ଭୂମି ପୂଜନ ନେଇ ଯେଉଁ ଯୋଜନା ହୋଇଛି, ସେ ସବୁ କିଛି ଟ୍ରଷ୍ଟ ତରଫରୁ ହେଉଛି ।
ଏହି ଆୟୋଜନ ନେଇ ଓ ଭକ୍ତଙ୍କୁ ଅଯୋଦ୍ଧାର ଦର୍ଶନ ମାଗଣାରେ କରାଇବା ପାଇଁ ଏକ ସ୍କିମ ବି ଆସିଛି । ନମୋ ଇଣ୍ଡିଆ ଧୂପ ଓ ଅଗରବତୀ କମ୍ପାନୀ ନିଜର ସବୁଠୁ ଅଧିକ ବିକ୍ରି ହେଉଥିବା ପ୍ରଡକ୍ଟ ଅଯୋଧ୍ୟାନାଥ ଧୂପ ଓ ଅଗରବତୀ କିଣୁଥିବା ଗ୍ରାହକଙ୍କ ପାଇଁ ଏକ ବିଶାଳ ଓ ଆକର୍ଷକ ପୁରସ୍କାର ଘୋଷଣା କରିଛି । ଏଥିପାଇଁ ଆପଣଙ୍କୁ କେବଳ ଏତିକି କରିବାକୁ ହେବ ଯେ, ଅଯୋଧ୍ୟାନାଥ ଧୂପ ଓ ଅଗରବତୀ କିଣିବାକୁ ହେବ । ଯଦି ଆପଣ ଭାଗ୍ୟଶାଳୀ ଓ ଆପଣଙ୍କୁ ଉପହାର ମିଳିଗଲା ତେବେ ଆପଣ ଭଗବାନ ରାମଙ୍କ ଠାରୁ ଆଶୀର୍ବାଦ ନେବା ପାଇଁ ଅଯୋଧ୍ୟାକୁ ମାଗଣାରେ ଯାତ୍ରା କରିବାର ସୁଯୋଗ ପାଇପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking