34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଅଯୋଧ୍ୟାରେ ଦିବ୍ୟ ଓ ଭବ୍ୟ ମନ୍ଦିର ନିର୍ମାଣ ଲାଗି ଆର୍ଥିକ ସହାୟତା କରିବାକୁ ଆଗ୍ରହୀ ଏନଆରଆଇ

ଅଯୋଧ୍ୟାରେ ଦିବ୍ୟ ଓ ଭବ୍ୟ ମନ୍ଦିର ନିର୍ମାଣ ଲାଗି ଆର୍ଥିକ ସହାୟତା କରିବାକୁ ଆଗ୍ରହୀ ଏନଆରଆଇ

ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ଓ ଦିବ୍ୟ ରାମ ମନ୍ଦିର ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥିଲାଗି ଅର୍ଥର ଅଭାବ ରହିବ ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ରାମ ମନ୍ଦିର ଟ୍ରଷ୍ଟର ଆଗାମୀ ବୈଠକ ମାର୍ଚ୍ଚ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମାର୍ଚ୍ଚ ୩ ଅଥବା ୪ରେ ଏହି ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମନ୍ଦିର ନିର୍ମାଣ ନେଇ ତାରିଖ ନିଷ୍ପତ୍ତି ନିଆଯିବ । କୁହାଯାଉଛି କି ରାମନବମୀରେ ଅଯୋଧ୍ୟାରେ ୧୫ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ । ଏହି କାରଣରୁ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ତାରିଖ ଉପରେ ସହମତି ହୋଇପାରୁ ନାହିଁ ବୋଲି କୁହାଯାଉଛି ।
ରାମଲଲା ବିରାଜମାନ ପକ୍ଷକାର ତ୍ରିଲୋକୀ ନାଥ ପାଣ୍ଡେଙ୍କ କହିବା ଅନୁଯାୟୀ ବହୁ ସଂଖ୍ୟାରେ ଲୋକେ ଫୋନ୍ ଏବଂ ମେଲ୍ ଯୋଗେ ଆର୍ଥିକ ସାହାଯ୍ୟ ଦେବା ପାଇଁ ଆଗେଇ ଆସିଛନ୍ତି । ଏଥିରେ ଏନଆରଆଇମାନଙ୍କର ସଂଖ୍ୟା ସବୁଠାରୁ ଅଧିକ ବୋଲି ଜଣାଯାଇଛି।ସୂଚନା ଅନୁଯାୟୀ ପୂର୍ବରୁ ବିହାରର ପାଟଣାସ୍ଥିତ ମହାବୀର ମନ୍ଦିର ଟ୍ରଷ୍ଟ ୧୦ କୋଟି ଟଙ୍କା ମନ୍ଦିରକୁ ଦାନ ଦେବାକୁ ଘୋଷଣା କରିସାରିଛି । ବିଶ୍ୱ ହିନ୍ଦୁ ପରିଷଦର ବିଦେଶ ଶାଖା ଦ୍ୱାରା ୨ୟ ଥର ଏନଆରଆଇ ଦଳ ରାମଲଲାଙ୍କ ଦର୍ଶନ କରିଛନ୍ତି । ସେମାନେ ମନ୍ଦିର ନିର୍ମାଣରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking