କରୋନା ପାଇଁ ସଚେତନତାରେ ସୁରକ୍ଷା ଆମର : ବଲାଙ୍ଗିର ରେଡକ୍ରସ ସୋସାଇଟି

red cross

ବଲାଙ୍ଗିର: ଦିନକୁ ଦିନ କରୋନା ଭୁତାଣୁ ସଂକ୍ରମଣ ବଲାଙ୍ଗିର ଜିଲ୍ଲାରେ ବଢିବାରେ ଲାଗିଛି । ସଚେତନତାରେ ସୁରକ୍ଷା ଆମର ବାର୍ତ୍ତା ନେଇ ବଲାଙ୍ଗିର ରେଡକ୍ରସ ସୋସାଇଟି ତରଫରୁ ଲୋଇସିଂହା ଓ ସାପ୍ତାହିତ ହାଟ ହୀରାପୁରଠାରେ କରୋନା ଭୁତାଣୁରୁ ରକ୍ଷା ପାଇବାପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲୋଇସିଂହା ଥାନାଧିକାରୀ ଲଲିତା ଲାକ୍ରା ଓ ସମ୍ମାନିତ ଅତିଥି ଭାବରେ ଏ.ଏସ୍‌.ଆଇ. ନବୀନ କୁମାର ଭୋଇ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ଶ୍ରୀମତୀ ଲାକ୍ରା ପ୍ରତ୍ୟେକ ବ୍ୟକ୍ତି ନିଜେ ସଚେତନ ହୋଇ ଅନ୍ୟମାନଙ୍କୁ ସଚେତନ କରାଇଲେ ଯାଇ କରୋନା ହାରିବ ଓ ଆମ ଦେଶ ଜିତିବ ବୋଲି କହିବା ସହ ସରକାରଙ୍କ ଦ୍ୱାରା ନିଆଯାଉଥିବା ଲକ୍‌ଡାଉନ ନିୟମକୁ ମାନିବା ପାଇଁ ସାମାଜିକ ଦୂରତା ରକ୍ଷା କରି ଲୋକମାନଙ୍କୁ ବୁଝାଇଥିଲେ । ରେଡ୍‌କ୍ରସ ସ୍ୱେଚ୍ଛାସେବୀମାନେ ବୁଲି ବୁଲି ବାଦ୍ୟ ବଜାଇ ବାରମ୍ବାର ହାତ ଧୁଅନ୍ତୁ, ମାକ୍ସ ପରିଧାନ କରନ୍ତୁ, ସାମାଜିକ ଦୂରତା ବଜାୟ ରଖନ୍ତୁ, ଦଳଗତ କାର୍ଯ୍ୟରୁ ନିବୃତ୍ତ ରୁହନ୍ତି , ଆବଶ୍ୟକ ନ ଥିଲେ ଘରରୁ ବାହାରନ୍ତୁ ନାହିଁ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ । ଏହା ପରେ ଲୋକମାନଙ୍କୁ ମାକ୍ସ ବଣ୍ଟନ କରିବା ସହ ଦୋକାନୀମାନଙ୍କୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ କାର୍ଡ ପ୍ରଦାନ କରାଯାଇଥିଲା । ଜିଲ୍ଲା ଜରୁରୀକାଳିନ ଅଧିକାରୀ ତଥା ଜିଲ୍ଲା ରେଡକ୍ରସ ସୋସାଇଟିର ସଂପାଦକ ଶଙ୍କର୍ଷଣ ପ୍ରଧାନଙ୍କର ତତ୍ୱାବଧାନ କାର୍ଯ୍ୟକ୍ରମରେ ରେଡକ୍ରସ ସ୍ୱେଚ୍ଛାସେବୀ ରାମ ନାରାୟଣ ଦାଶ, ମୀନକେତନ ଡାଙ୍ଗ, ଦେବେନ୍ଦ୍ର କୁମାର ସାହୁ, ସୁରେଶ କମ୍ପ ତଥା ସ୍ଥାନୀୟ ଥାନାର ପୋଲିସ ଶଙ୍କର ମାତୀ, ବଳରାମ ପୁଝାରୀ, ଜୟସିଂ ଭୁୟାଁ ଓ ପୂର୍ଣ୍ଣଚନ୍ଦ୍ର ସାହୁ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
mask distribution

LEAVE A REPLY

Please enter your comment!
Please enter your name here