28.1 C
Bhubaneswar
Friday, March 29, 2024
Homeଦେଶ ବିଦେଶହୋଲିକା ଦହନରେ କରନ୍ତୁନି ଏହି ଭୁଲ କାମ

ହୋଲିକା ଦହନରେ କରନ୍ତୁନି ଏହି ଭୁଲ କାମ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ହୋଲିର ମହତ୍ତ୍ୱ ବେଶ ଅଧିକ । ଧାର୍ମିକ କଥା ଅନୁସାରେ, ହିରଣ୍ୟକଶ୍ୟପର ଭଉଣୀ ହୋଲିକାକୁ ଅଗ୍ନିରେ ଜଳିବାକୁ ବରଦାନ ମିଳିଥିଲା । ନିଜ ଅଂହକାରୀ ଭାଇ ର କହିବାନୁସାରେ, ହୋଲିକା ପହଲ୍ଲାଦ ସହ ଅଗ୍ନିରେ ବସି ପଡିଥିଲେ । ମାତ୍ର ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରହଲ୍ଲାଦଙ୍କ ପ୍ରାଣ ରକ୍ଷା ହୋଇଯାଇଥିଲା ଏବଂ ହୋଲିକା ଜଳି ଭସ୍ମ ହୋଇଯାଇଥିଲା । ଏଥିପାଇଁ ହୋଲି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ କୁହାଯାଏ । ଜ୍ୟୋତିଷଙ୍କ ଅନୁସାରେ, ହୋଲି ଦିନ ଏମିତି ଅନେକ କାର୍ଯ୍ୟ ହୋଇଥାଏ, ଯାହା ଅଶୁଭ ଧରାଯାଏ । ଆଉ କିଛି ଜିନିଷ ଏମିତି ବି ଥାଏ, ଯାହାକୁ ଏହି ଦିନ ଖାଇବା ବାରଣ ହୋଇଥାଏ ।
ଏହି ଦିନ ପଇସା ଧାର କରିବା ଅନୁଚିତ । ଏହାକରିବା ଦ୍ୱାରା ଆପଣଙ୍କ ଘରେ ନକରାତ୍ମକତା ଆସିପାରେ । ବର୍ଷ ସାରା ଆପଣ ଆର୍ଥିକ ସଂକଟ ଦେଇ ଗତି କରିପାରନ୍ତି ।
ଏହିଦିନ ମହିଳାମାନେ ନିଜ ପୁତ୍ରଙ୍କ ପାଇଁ ଉପବାସ ରଖିବା ଦରକାର । ଏପରି କରିବା ଦ୍ୱାରା ଭଗବାନ ଶ୍ରୀକୃଷ୍ଣଙ୍କ ବିଶେଷ କୃପା ମିଳିଥାଏ । ଯାହାଦ୍ୱାରା ପୁତ୍ରକୁ ଦୀର୍ଘ ଆୟୁ ପ୍ରାପ୍ତି ହୁଏ । ସେହିଭଳି ହୋଲି ଦିନ ନିଜ ମାଙ୍କୁ ଅପମାନିତ କରିବା ଦ୍ୱାରା ଦରିଦ୍ରତା ସାମ୍ନା କରିବାକୁ ପଡିପାରେ । ସେହିଦିନ ନିଜ ମାଙ୍କୁ ଉପହାର ଦେଇପାରନ୍ତି ।
ହୋଲିକା ଦହନରେ ସମସ୍ତେ ପରିବାର ସହିତ ଗହମ ଓ ଗୁଡରେ ପ୍ରସ୍ତୁତ ରୁଟି ଖାଇବା ଦରକାର । ଏହା କରିବା ଦ୍ୱାରା ଉନ୍ନତି ହୋଇଥାଏ । ସେହିଦିନ ଦୁଧ, ଦହି, ଚାଉଳ ଖାଇବା ବାରଣ ରହିଛି । ସେହିଦିନ କଳା ଚଣା ଖାଇଲେ ଶନି ଦେବଙ୍କ କୃପା ମିଳିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking