31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶକେଦାରନାଥ ମନ୍ଦିର ନିକଟରେ ହିମ-ସ୍ଖଳନ ,ଖସିଲା ବରଫ ପାହାଡ

କେଦାରନାଥ ମନ୍ଦିର ନିକଟରେ ହିମ-ସ୍ଖଳନ ,ଖସିଲା ବରଫ ପାହାଡ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର କେଦାରନାଥ ମନ୍ଦିର ନିକଟରେ ହିମ-ସ୍ଖଳନ ହୋଇଛି । ଫଳରେ ଏକ ବରଫ ପାହାଡ ଖସିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏହି ପରଫ ପାହାଡ ଖସିବା ପରେ କେଦାରନାଥ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇନାହିଁ । ଏନେଇ ବଦ୍ରିନାଥ ଏବଂ କେଦାରନାଥ ମନ୍ଦିରର ସମିତି ଅଧ୍ୟକ୍ଷ ଅଜେନ୍ଦ୍ର ଅଜୟ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ହିମାଳୟ କ୍ଷେତ୍ରରେ ଆଜି ସକାଳେ ହିମ-ସ୍ଖଳନ ହୋଇଛି । ଫଳରେ ଏକ ବରଫ ପାହାଡ ଖସିଛି । କିନ୍ତୁ କେଦାରନାଥ ମନ୍ଦିରର କୌଣସି କ୍ଷତି ହୋଇନାହିଁ ।

ତେବେ କେଦାରନାଥ ମନ୍ଦର ନିକଟରେ ବରଫ ପାହାଡ ଖସିବାର ଏକ ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି । ଦେଖୁ ଦେଖୁ ଏହି ବରଫ ପାହାଡ ହଠାତ୍ କେଦାରନାଥ ମନ୍ଦିର ଆଡକୁ ମାଡି ଆସିଥିଲା । କିନ୍ତୁ ସୌଭାଗ୍ୟ ବସତଃ ଏହି ହିମ-ସ୍ଖଳନରେ କାହାର କିଛି କ୍ଷତି ହୋଇନଥିବା ଜଣା ପଡିଛି ।

ବର୍ତ୍ତମାନ କେଦାର ଘାଟିରେ ବର୍ଷା ଜାରି ରହିଥିବା ବେଳେ ପୂର୍ବରୁ ୨୧ ସେପ୍ଟେମ୍ବରରେ ମଧ୍ୟ କେଦାରନାଥରେ ଭୁସ୍ଖଳନ ହୋଇଥିଲା । ଫଳରେ ଅନେକ ଯାତ୍ରୀ ଫସି ରହିଥିଲେ । ତେବେ କେଦାରନାଥ ଏବଂ ବଦ୍ରିନାଥର ବିଭିନ୍ନ ସ୍ଥାନରେ ବର୍ଷା କରାଣରୁ ଭୁସ୍ଖଳନ ହେଉଛି । ଯାହାଫଳରେ ସେହି ହାଇୱେ ଉପରେ ଯାତାୟତ ବାଧାପ୍ରାପ୍ତ ହେଉଛି । କିଛି ଦିନ ହେବ ସେଠାରେ ହେଉଥିବା ବର୍ଷ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking