39.1 C
Bhubaneswar
Wednesday, April 24, 2024
Homeଓଡିଶା୫୦ଟଙ୍କା ପାଇଁ ଡ୍ରାଇଭର ଉପରେ ଅଟୋମାଲିକଙ୍କ ନୃଶଂସତା

୫୦ଟଙ୍କା ପାଇଁ ଡ୍ରାଇଭର ଉପରେ ଅଟୋମାଲିକଙ୍କ ନୃଶଂସତା

ଭୁବନେଶ୍ୱର : ମରିଗଲା ମାନବିକତା । ଦେଖାଇଲେ ନୃଶଂସତା । ୫୦ଟଙ୍କା ନଦେବାରୁ ଡ୍ରାଇଭରକୁ ଲୁହାରଡ୍‌ରେ ପିଟିଲେ । ଶେଷରେ ପୁଲିସ ହାତରେ ଧରାପଡ଼ିଲେ । ଏଭଳି ଘଟଣା ଭରତପୁର ଥାନା ଅଞ୍ଚଳରେ ଘଟିଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଅଟୋମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ ଭରତପୁର ନୁଆଗାଁର ବସନ୍ତ ବେହେରା । ବସନ୍ତ ନାଁରେ ପୂର୍ବରୁ ୩ଟି ଥାନାରେ ଚୋରି, ଲୁଟ୍ ଭଳି ମାମଲା ରହିଛି ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ବସନ୍ତ ବେହେରାର ଗୋଟିଏ ଅଟୋ ରହିଛି । ସେହି ଅଟୋକୁ ପ୍ରଦୀପ ନାୟକ ନାମକ ଜଣେ ଯୁବକ ଭଡ଼ାରେ ନେଇ ଚଳାଉଥିଲେ ।  ଅଟୋ ଭଡ଼ା ବାବଦକୁ ବସନ୍ତ ପ୍ରଦୀପଙ୍କ ଠାରୁ ଦୈନିକ ୨୦୦ଟଙ୍କା ନେଉଥିଲେ । ସବୁଦିନ ପ୍ରଦୀପ ମାଲିକକୁ ୨୦୦ ଟଙ୍କା ଦେଉଥିଲେ । ଗତ ସୋମବାର ବେପାର ସେତେ ମାତ୍ରାରେ ହୋଇନଥିଲା । ଏନେଇ ପ୍ରଦୀପ ବସନ୍ତଙ୍କୁ ୨୦୦ଟଙ୍କା ବଦଳରେ ୧୫୦ ଟଙ୍କା ଦେଇଥିଲେ । ଅବଶିଷ୍ଟ ୫୦ଟଙ୍କା ଆସନ୍ତାକାଲି ଦେଇଦେବ ବୋଲି ପ୍ରଦୀପ କହିଥିଲେ ।

ଏଥିରେ ବସନ୍ତ ଉତ୍‌କ୍ଷିପ୍ତ ହୋଇ ପ୍ରଦୀପଙ୍କ ସହ ଯୁକ୍ତିତର୍କ କରିଥିଲା । ପରେ ଘରୁ ଏକ ଲୁହାରଡ୍ ଆଣି ତାଙ୍କ ମୁଣ୍ଡକୁ ପିଟିଦେଇଥିଲା । ଯାହାଫଳରେ ପ୍ରଦୀପ ତଳେ ପଡ଼ି ଛଟପଟ୍ ହୋଇଥିଲେ । ଏମିତିକି ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଏହାପରେ ସେଠାରୁ ବସନ୍ତ ଫେରାର ହୋଇଯାଇଥିଲା । ଏହାଦେଖି ସ୍ଥାନୀୟ ଲୋକେ ପ୍ରଦୀପଙ୍କୁ ଉଦ୍ଧାର କରି ସ୍ଥାନୀୟ ଘରୋଇ ହସ୍ପିଟାଲକୁ ନେଇଥିଲେ । ସେଠାରେ ତାଙ୍କର ଆଶୁଚିକିତ୍ସା ହୋଇସାରିବା ପରେ ପ୍ରଦୀପ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିଥିଲା । ପରେ ପୁଲିସ ଘଟଣାର ତଦନ୍ତ କରି ବସନ୍ତକୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking