29.1 C
Bhubaneswar
Friday, April 26, 2024
Homeଓଡିଶାଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୨ ମୃତ, ୮...

ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା: ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୨ ମୃତ, ୮ ଗୁରୁତର

ବୌଦ୍ଧ : ଠାକୁରାଣୀ ଯାତ୍ରା ହେଲା ଶେଷ ଯାତ୍ରା । ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ପାଣିଶାଲରେ ଓଲଟିଲା ଓଟୋ । ଘଟଣା ସ୍ଥଳରେ ୨ ମୃତ, ୮ ଗୁରୁତର । ମୃତକ ହେଲେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଲୋକପଡ଼ା ଗ୍ରାମର କୁମାରୀ କହଁର ଓ ଗୁରୁ ମାଝି । ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା କରଞ୍ଜକଟା ପଞ୍ଚାୟତ ଅନ୍ତର୍ଗତ ଲୋକାପୋଡ଼ା ଗ୍ରାମର ୧୦ ଜଣ ଏକ ଅଟୋ ଯୋଗେ ଫୁଲବାଣୀ କୁ ଠାକୁରାଣୀ ଯାତ୍ରା ଦେଖିବାକୁ ଯାଉଥିଲେ ।

ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ସ୍ଥିତ ପାଣିଶାଳ ଘାଟି ନିକଟରେ ହଠାତ ଓଟୋଟି ଭାରସାମ୍‌ଯ ହରାଇ ଓଲଟି ପଡିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଆହତଙ୍କୁ ଉଦ୍ଧାର କରି ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ସେପଟେ ଘଟଣା ସ୍ଥଳରେ ପୁରୁଣା କଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking