29.1 C
Bhubaneswar
Wednesday, April 24, 2024
Homeଓଡିଶାମାସ୍କ ପିନ୍ଧୁ ନାହାନ୍ତି ଅଟୋଚାଳକ, କାଁଭାଁ ପିନ୍ଧୁଛନ୍ତି ଯାତ୍ରୀ

ମାସ୍କ ପିନ୍ଧୁ ନାହାନ୍ତି ଅଟୋଚାଳକ, କାଁଭାଁ ପିନ୍ଧୁଛନ୍ତି ଯାତ୍ରୀ

ରାଉରକେଲା : ସାରା ରାଜ୍ୟ ଏବେ କରୋନା କବଳରେ । ରାଉରକେଲା ସେକ୍ଟର-୧୬ ଅଂଚଳରେ ଜଣେ ବ୍ୟକ୍ତି କରୋନାରେ ପିଡ଼ୀତ ହୋଇ ସାରିଥିବା ବେଳେ, ସଂପୃକ୍ତ କିଛି ଅଂଚଳକୁ କଟେଂନମେଂଟ ଅଂଚଳ ଭାବେ ଚିହ୍ନଟ କରାଯାଇଛି । ମାତ୍ର ସେକ୍ଟର-୨୨(ଫର୍ଟିଲାଇଜର ଟାଉନସିପ) ଅଂଚଳରେ କରୋନା ଗାଇଡ଼ ଲାଇନ ସତର୍କତା ଧିରେ ଧିରେ ଢିଲା ହୋଇ ଯାଉଥିବା ଦେଖିବାକୁ ମିଳିଛି । ପରିବହନ କ୍ଷେତ୍ରରେ କରୋନା ସତର୍କତା ଓ ସାମାଜିକ ଦୂରତା ପ୍ରତି ଆଦୌ ଧ୍ୟାନ ଦିଆଯାଉନାହିଁ । ଯାତ୍ରୀବାହୀ ଅଟୋରେ ଚାଳକ ଓ ଅନ୍ୟ ଦୁଇ ଜଣ ଯାତ୍ରୀ ସାମାଜିକ ଦୂରତାକୁ ମାନି ମାସ୍କ ପିନ୍ଧି ଯାତ୍ରା କରିବା ପାଇଁ ଗାଇଡ଼ ଲାଇନ ଥିଲେ ମଧ୍ୟ ଦକ୍ଷିଣ ରାଉରକେଲାର କିଛି ଅମାନିଆ ଅଟୋ ଚାଳକ ଏହି ନିୟକୁ ଆଦୌ ମାନୁ ନଥିବା ଅଭିଯୋଗ ହୋଇଛି । ଦୁଇ ଜଣ ଯାତ୍ରୀ ବଦଳରେ ୪ରୁ ୫ ଜଣ ଯାତ୍ରୀ ବସାଇ ପୁଲିସ ଅଗୋଚରରେ ଯାତ୍ରା କରୁଥିବା ଦେଖିବାକୁ ମିଳିଛି । କିଛି ଅଟୋ ଚାଳକ ଆଦୌ ମାସ୍କର ବ୍ୟବହାର କରୁ ନାହାନ୍ତି, ସେହିପରି ପଛ ସିଟରେ ବସୁଥିବା ଯାତ୍ରୀ ମାନଙ୍କ ମଧ୍ୟରୁ କିଛି ଯାତ୍ରୀ ମାସ୍କ ସହ ଯାତ୍ରା କରୁଥିବା ବେଳେ, ଅନ୍ୟ ଯାତ୍ରୀଙ୍କ ମୁହଁ ଓ ନାକ ଖୋଲା ରହୁଛି । ସାଧାରଣତଃ ସକାଳ ୬ଟାରୁ ୮ଟାରେ ମଧ୍ୟରେ ଅଟୋ ଚାଳକ ମାନେ ଯାତ୍ରୀ ମାନଙ୍କୁ ପରିବହନ କରୁଥିବା ସମୟରେ କରୋନା ଗାଇଡ଼ ଲାଇନର ଖୁଲମଖୁଲା ଉଲ୍ଲଘଂନ କରୁଥିବା ଜଣାପଡ଼ିଛି । ଏଥିପ୍ରତି ସ୍ଥାନୀୟ ପୁଲିସ ପ୍ରଶାସନ ଦୃଷ୍ଟି ଦେଇ ବିନା ମାସ୍କଧାରୀ ଅଟୋଚାଳକ ଓ ଯାତ୍ରୀଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking