31.1 C
Bhubaneswar
Friday, March 29, 2024
Homeଓଡିଶାଅଟୋଚାଳକଙ୍କ ବେପାର ଠପ୍‌: ଥାଳି ଓ ତାଟିଆ ଧରି କଲେ ବିକ୍ଷୋଭ

ଅଟୋଚାଳକଙ୍କ ବେପାର ଠପ୍‌: ଥାଳି ଓ ତାଟିଆ ଧରି କଲେ ବିକ୍ଷୋଭ

ଭୁବନେଶ୍ୱର : ଆମରଣ ଅନଶନ । ଜନ ଆନ୍ଦୋଳନ । ନଚେତ୍ ପରିବାର ସହ ଆତ୍ମାହୁତି । ଏଭଳି ୩ଟି ଧମକ ଦେଇଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଅନଲାଇନ୍ ଅଟୋଚାଳକ ସଂଘ । କରୋନା କାଳରେ ଇନ୍‌ସ୍ୟୁରାନ୍ସ କମ୍ପାନୀର ଚକ୍ରବର୍ତ୍ତୀ ସୁଧ ମାଡ଼ରେ ଘାଇଲା ଅଟୋ ଚାଳକମାନେ ସୋମାବାର ମାଷ୍ଟରକ୍ୟାଣ୍ଟିନ୍‌ଠାରେ ବିକ୍ଷୋଭ କରିଥିଲେ । ଦାବି ପୂରଣ ନହେଲେ ଉପରୋକ୍ତ ୩ଟି ବାଟ ଆପଣାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ହାତରେ ଥାଳି, କଂସା, ଆଉ ତାଟିଆ ଧରି ଅଭିନବ ଉପାୟରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ୭ ହଜାରରୁ ଅଧିକ ଅନଲାଇନ୍ ଅଟୋ ଚାଳକ ରହିଛନ୍ତି । ଯେଉଁମାନେ କି ବିଭିନ୍ନ ଆପ୍ ଜରିଆରେ ଗ୍ରାହକଙ୍କୁ ନିଜ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇଥାନ୍ତି । ମାତ୍ର ରାଜ୍ୟ ସରକାରଙ୍କ କରୋନା କଟକଣା ପାଇଁ ପ୍ରଥମେ ୮ ମାସ ଆଉ ଦ୍ୱିତୀୟ ଲହରରେ ୨ ମାସ ଲକଡାଉନ୍ ପାଇଁ ସମ୍ପୂର୍ଣ୍ଣ ବେପାର ଠପ୍ ହୋଇଯାଇଛି । ଏମାନଙ୍କ ପାଇଁ ପରିବାର ପ୍ରତିପୋଷଣ କରିବା କାଠିକର ପାଠ ହୋଇପଡିଛି । ବେଶୀ ଯନ୍ତ୍ରଣା ଦେଉଛି ଇନସ୍ୟୁରାନ୍ସ କମ୍ପାନୀମାନଙ୍କ ଚକ୍ରବର୍ତ୍ତୀ ସୁଧହାର । ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି । ସେଥିପାଇଁ ଏଭଳି ବିକ୍ଷୋଭ ମାଧ୍ୟମରେ ସରକାର ଅଟୋ ଚାଳକମାନଙ୍କ ଦୁଃଖ ବୁଝିବା ପାଇଁ ଦାବି କରିଛନ୍ତି । କରୋନା ଯୋଗୁଁ ରୋଜଗାର ନଥିବାରୁ ଫାଇନାନ୍ସ କମ୍ପାନୀ ଇଏମ୍‌ଆଇ କୋହଳ କରିବା ପାଇଁ ଦାବି କରିଛନ୍ତି ଅଟୋ ଚାଳକ । ବର୍ତ୍ତମାନ ରୋଜଗାର ନାହିଁ, ଘର ଚଳିବା ପାଇଁ ବି ଟଙ୍କାଟିଏ ନାହିଁ । ପରିବାର ଚଳିବାରେ ବହୁ ଅସୁବିଧା ହେଉଛି । ତେଣୁ ଏଭଳି ସ୍ଥିତିରେ ଅଟୋ ଚାଳକଙ୍କ ସମସ୍ୟା ପ୍ରତି ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ଉଦେଶ୍ୟରେ ବହୁ ଅଟୋ ଚାଳକ ରାସ୍ତା ଉପରେ ଅଟୋ ଥୋଇ ପ୍ରତିବାଦ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking