39.2 C
Bhubaneswar
Thursday, April 18, 2024
Homeଖେଳଭାରତର ଲଜ୍ଜାଜନକ ପରାଜୟ

ଭାରତର ଲଜ୍ଜାଜନକ ପରାଜୟ

ମୁମ୍ବାଇ : ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତ ଲଜ୍ଜାଜନକ ପରାଜୟ କରିଛି। ଭାରତର ୨୫୬ରନର ବିଜୟ ଲକ୍ଷ୍ୟକୁ ପିଛା କରି କଙ୍ଗାରୁ ଦଳ କୌଣସି ୱିକେଟ ନ ହରାଇ ହାସଲ କରିନେଇଛି। ୭୪ବଲ ବାକି ଥାଇ କଙ୍ଗାରୁ ଦଳ ଏହି ମ୍ୟାଚରେ ଭାରତକୁ ଶୋଚନୀୟ ଭାବେ ହାରାଇଥିଲେ। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହା ଅଷ୍ଟ୍ରେଲିଆର ଏକ ଐତିହାସିକ ବିଜୟ।
କଙ୍ଗାରୁ ଦଳର ଉଭୟ ଓପନିଂ ବ୍ୟାଟ୍ସମ୍ୟାନ ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍ ୱାର୍ଣ୍ଣର ଶତକ ହାସଲ କରିଥିଲେ। ଡେଭିଡ଼ ୱାର୍ଣ୍ଣର ୧୧୨ଟି ବଲରୁ ୧୨୮ରନ (୧୭ ଚୌକା, ୩ ଛକା) କରି ନଟଆଉଟ ରହିଥିଲାବେଳେ ଫିଞ୍ଚ ୧୧୪ବଲରେ ୧୧୦ରନ(୧୩ ଚୌକା, ୨ ଛକା) କରି ନଟଆଉଟ ରହିଥିଲେ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମଙ୍ଗଳବାର ମ୍ୟାଚରେ ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତ ୪୯.୧ ଓଭରରେ ୨୫୫ ରନ୍ କରି ଅଲଆଉଟ୍ ହୋଇଯାଇଥିଲା।ସିରିଜର ଦ୍ବିତୀୟ ମ୍ୟାଚ ୧୭ତାରିଖ,ଶୁକ୍ରବାର ଦିନ ଗୁଜରାଟର ରାଜକୋଟରେ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking