30.1 C
Bhubaneswar
Wednesday, April 24, 2024
Homeଓଡିଶାଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଦ୍ୱାରା ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ

ଅଷ୍ଟ୍ରେଲିଆ ଓଡ଼ିଆ ସମାଜ ଦ୍ୱାରା ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ

କାନବେରା / ଭୁବନେଶ୍ୱର : ଅଷ୍ଟ୍ରେଲିଆର ଓଡ଼ିଆ ସମାଜ “ଓରିଓଜ ” ଦ୍ୱାରା ନିକଟରେ ଅକ୍ଷୟ ମହାନ୍ତି ସନ୍ଧ୍ୟା ଆୟୋଜନ କରାଯାଇଛି | “ଯାଯାବର ” ଶୀର୍ଷକ ଅନଲାଇନରେ ଆୟୋଜିତ ଏହି ସ୍ମୃତି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ପ୍ରାବାଦ ପୁରୁଷ ଅକ୍ଷୟ ମହାନ୍ତି ଙ୍କର ୩୫ ଟି ବହୁ ଲୋକପ୍ରିୟ ସଂଗୀତ ସ୍ଥାନ ପାଇଥିଲା | “ଓରିଓଜ”ର ସାଂସ୍କୃତିକ କମିଟି ଦ୍ୱାରା ପ୍ରସ୍ତୁତ ଏହି ଅଭିନବ ଉପସ୍ଥାପନାରେ ଦ୍ବୀପ ମହାଦେଶ ଅଷ୍ଟ୍ରେଲିଆର ବିଭିନ୍ନ ସହରରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଗୀତ ଗୁଡିକ ଜରିଆରେ ଭାଗ ନେଇଥିଲେ | ଓଡ଼ିଶାର ଚାଲିଚଳନ, ଲୋକକଥା ଏବଂ ପର୍ବ ପର୍ବାଣୀ କୁ ଆଧାରକରି ଖୋକାଭାଇଙ୍କ ଦ୍ୱାରା ସଂରଚିତ ଓ ପରିବେଷିତ ଏହି “ମାଇଲଷ୍ଟୋନ” ସଂଗୀତ ଗୁଡିକୁ “ଓରିଓଜ”ର କଳାକାରମାନେ ଯେଭଳି ଜୀବନ୍ତ , ଅବିକଳ ଓ ପ୍ରାଞ୍ଜଳ ଭାବରେ ଅବତାରଣା କରିଥିଲେ ତାହା ଅଷ୍ଟ୍ରେଲିଆ , ଆମେରିକା , ୟୁକେ , ଭାରତ ତଥା ବିଶ୍ୱଭରି ଓଡ଼ିଆ ଶ୍ରୋତା ମାନଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା | ଦୀର୍ଘ ତିନି ଘଣ୍ଟାର ଏହି ମନୋରଞ୍ଜକ ତଥା ମନୋରମ ଇଣ୍ଟରନେଟ ସଂଗୀତ ସନ୍ଧ୍ୟାକୁ ସୁପରିଚାଳନା କରିବାରେ “ଓରିଓଜ’ର ସାଂସ୍କୃତିକ ସମ୍ପାଦକ ସୁଲିପ୍ତା ତ୍ରିପାଠୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ଏବେ ଭୁବନେଶ୍ୱର ଗସ୍ତରେ ଥିବା “ଓରିଓଜ”ର ସଭାପତି ଡ଼.ନଳିନୀ ପତି ଏହି ୱେବ ସମାବେଶକୁ ସମ୍ବୋଧନ କରି ଓଡ଼ିଶାରୁ ବହୁ ଦୂରରେ ସୁଦୂର ଅଷ୍ଟ୍ରେଲିଆରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ମାତୃପ୍ରଦେଶ ସହିତ ସାଂସ୍କୃତିକ , ସାମାଜିକ ଓ ଭାବଗତ ସମ୍ପର୍କକୁ ବଜାୟ ରଖିଛନ୍ତି ଓ ନିଜର ଭାଷା , ସଂସ୍କୃତି , ଐତିହ୍ୟ ତଥା ପରମ୍ପରା ପ୍ରତି ସଦା ସର୍ବଦା ସଜାଗ ରହିଥିବା ବିଷୟ ଅକ୍ଷୟ ମହାନ୍ତି ସନ୍ଧ୍ୟାର ଅଭୂତପୂର୍ବ ଲୋକପ୍ରିୟତା ରୁ ପ୍ରମାଣିତ ହୋଇଥିବା ଦର୍ଶାଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking