27.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବଦଳିଲା ଔରଙ୍ଗାବାଦ ଓ ଉସ୍ମାନବାଦ ସହରର ନାଁ

ବଦଳିଲା ଔରଙ୍ଗାବାଦ ଓ ଉସ୍ମାନବାଦ ସହରର ନାଁ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଉଦ୍ଧବ କ୍ୟାବିନେଟରେ ବଡ ନିଷ୍ପତ୍ତି ନିଆଯାଇଛି । ଉଦ୍ଧବଙ୍କ ସରକାର ଟଳମଳ ସ୍ଥିତିରେ ରହିଛି । ହେଲେ କ୍ୟାବିନେଟରେ ତିନି ବଡ ନିଷ୍ପତ୍ତି ନେଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ଉଦ୍ଧବ । କ୍ୟାବିନେଟରେ ତିନୋଟି ସ୍ଥାନର ବଦଳାଯିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଔରଙ୍ଗାବାଦ ଜିଲ୍ଲାର ନାଁ ବଦଳାଇ ସମ୍ଭାଜୀ ନଗର କରିଦିଆଯାଇଛି । ସେହିପରି ଉସ୍ମାନାବାଦର ନାଁ ବଦଳାଇ ଧାରାଶିବ କରାଯାଇଛି । ଏହା ବ୍ୟତୀତ ନବୀ ମୁମ୍ବାଇ ବିମାନବନ୍ଦରର ନାଁ ବଦଳାଇ ଡିୱାଇ ପାଟିଲ ବିମାନବନ୍ଦର ରଖାଯାଇଛି । କ୍ୟାବିନେଟ ବୈଠକ ପରେ ଉଦ୍ଧବ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନା ଥାଉକି ବାଲାସାହେବ ଠାକରେ ବଞ୍ଚିଥିବା ସମୟରେ ଔରଙ୍ଗାବାଦର ନାଁ ବଦଳାଇବା ପାଇଁ ଲଗାତାର ଦାବି କରିଆସୁଥିଲେ । ବିଦ୍ରୋହୀ ବିଧାୟକଙ୍କୁ ମନାଇବା ପାଇଁ ଉଦ୍ଧବଙ୍କ ପକ୍ଷରୁ ଏହି ସହରଗୁଡିକର ନାଁ ବଦଳାଯାଇଥିବା ଆଶଙ୍କା କରାଯାଉଛି । ଅନ୍ୟପକ୍ଷରେ ଗୌହ୍ୱାଟିରୁ ବିଦ୍ରୋହୀ ବିଧାୟକ ଗୋଆ ଅଭିମୁଖେ ବାହାରି ଗଲେଣି । ଗୋଆରୁ ସେମାନେ ଆସନ୍ତାକାଲି ଦ୍ ଫ୍ଲୋର ଟେଷ୍ଟରେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି । ଏପଟେ ରାଜ୍ୟପାଳଙ୍କ ଫ୍ଲୋର ଟେଷ୍ଟ ଆଦେଶକୁ ବିରୋଧ କରି ଉଦ୍ଧବ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏବେ ମାମଲରା ଶୁଣାଣି ଚାଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking