43.9 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଗଣ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ଗଣ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ଗଞ୍ଜାମ : ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ ପରେ ହୋଇଛି ହତ୍ୟା ଉଦ୍ୟମ । ଗଞ୍ଜାମ ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ୫ ବର୍ଷର ନାବାଳିକାରର ତଣ୍ଟି କାଟିବା ଟଣାରେ ଏହି ତଥ୍ୟ ରଖିଛି ବ୍ରହ୍ମପୁର ପୋଲିସ । ନାବାଳିକା ସହ ଗଣ ଦୁଷ୍କର୍ମ ହୋଇଥିବା ସ୍ପଶ୍ଟ କରିଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତଙ୍କ ବିରୋଧରେ ପସ୍କୋ ଆର୍କ୍ଟ ରୁଜୁ କରାଯାଇଛି । ସେମାନଙ୍କ  ବିରୋଧରେ ଆଇପିସି ଧାରା ୩୬୫,୩୭୬,୩୬୬,୩୭୬(ଡି) , ୩୦୭ ଓ ୩୪ ଧାରାରେ ମାମଲା ରୁଜୁ ହୋଇଥିଲା ।

ଦୁଇ ଜଣ ଏହି ଅମାନବୀୟ କାଣ୍ଡ ଘଟାଇଥିବା ସୂଚନା ଦେଇଛି ପୋଲିସ । ନାବାଳିକା ଜଣଙ୍କ ଗଣ ଦୁଷ୍କର୍ମର ପ୍ରତିବାଦ କରିବାରୁ ନାବାଳିକାକୁ ନିର୍ମମ ଭାବେ ମାଡ ମରାଯାଇଥିଲା । ନାବାଳିକାର ମୁଣ୍ଡ, ମୁହଁ,କାନକୁ ଭଙ୍ଗା ଇଟାରେ ପିଟିଥିଲେ ୨ ଯୁବକ । ଏହାପରେ ତାର ତଣ୍ଟିକୁ କାଟିଦେଇଥିଲେ । ଗତ ଗୁରୁବାର ଦିନ ଏହି କାଣ୍ଡ ଘଟିଥିଲା ।

ଗୁରୁତର ଅବସ୍ଥାରେ ପ୍ରଥମେ ନାବାଳିକାକୁ ବ୍ରହ୍ମପୁର ଏମକେଏସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ନାବାଳିକାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଏହି ମାମଲଲାରେ ୨ ଅଭିଯୁକ୍ତୁଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking