27.1 C
Bhubaneswar
Friday, August 12, 2022
Homeଓଡିଶାନ୍ୟାୟ ନ ମିଳିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ

ନ୍ୟାୟ ନ ମିଳିବାରୁ ଥାନା ଆଗରେ ଆତ୍ମହତ୍ୟା ଉଦ୍ୟମ

ମାଲକାନଗିର : ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ କିରୋସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ମହିଳା ଜଣକ ହେଲେ ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଗଙ୍ଗଲା ଗ୍ରାମର ସୁକାନ୍ତି ମାଝି ।ମାଲକାନଗିରି ଆଦର୍ଶ ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରି ମାଲକାନଗିରି ମେଡିକାଲକୁ ନେଇଛନ୍ତି । ଜିଲ୍ଲା ସଦର ଚିକିତ୍ସାଳୟରେ ମହିଳାଙ୍କ ଚିକିତ୍ସା ଚାଲିଥିବା ବେଳେ ଘଟଣା ପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରୁଛନ୍ତି । ଖବର ଅନୁଯୟାୟୀ, ଗତ ୯ ତାରିଖ ଦିନ ଗଙ୍ଗଳା ଗାଁର ୧୦ ରୁ ୧୨ ଜଣ ବ୍ୟକ୍ତି ସୁକାନ୍ତି ଓ ତାଙ୍କ ପରିବାର ଲୋକଙ୍କୁ ନିସ୍ତୁକ ମାଡ଼ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ୧୦ ତାରିଖ ଦିନ ମାଲକାନଗିରି ଆଦର୍ଶ ଥାନାରେ ମାମଲା ରୁଜୁ ହୋଇଥିଲେ ହେଁ ବର୍ତ୍ତମାନ ସୁଦ୍ଧା ମହିଳାଙ୍କୁ ନ୍ୟାୟ ନମିଳିବାରୁ ଥାନା ସମ୍ମୁଖରେ କିରୋସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking