26.1 C
Bhubaneswar
Friday, March 29, 2024
Homeଅପରାଧଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ, ଶ୍ୱଶୁର ଗିରଫ

ଜ୍ୱାଇଁଙ୍କୁ ହତ୍ୟା ଉଦ୍ୟମ, ଶ୍ୱଶୁର ଗିରଫ

ବ୍ରହ୍ମପୁର: ଜ୍ୱାଇଁ ପୁଅଙ୍କୁ ହତ୍ୟା ଉଦ୍ୟମ ମାମଲାରେ ସଦର ଥାନା ପୁଲିସ ଶ୍ୱଶୁରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ନୂଆଁରାମଚନ୍ଦ୍ରପୁର ଗ୍ରାମର ଜି. ଚନ୍ର୍ଦ୍ରେୟା(୫୬) ବୋଲି ପୁଲିସ କହିଛି । ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ଗତ ୩ ବର୍ଷେ ପୂର୍ବେ ଜି. ଚନ୍ର୍ଦ୍ରେୟାଙ୍କ ଝିଅଙ୍କ ସହ ଆନ୍ଧ୍ରପ୍ରଦେଶ କାଞ୍ଚିଲି ଥାନା ଅନ୍ତର୍ଗତ ରେଖାଜେରପୁରମ୍ ଗ୍ରାମର ଡ଼. ରାଜୁଲୁଙ୍କ ସହ ବିବାହ ହୋଇଥିଲା । ଉଭୟଙ୍କ ଏକ ବର୍ଷର ଶୁଶୁ ପୁତ୍ର ରହିଥିବା ବେଳେ ବିଭିନ୍ନ ସମୟରେ ରାଜୁଲୁ ତାଙ୍କ ସ୍ତ୍ରୀଙ୍କ ମାରପିଟ କରୁଥିଲେ । ଯାହାଫଳରେ କିଛି ମାସ ହେବ ଝଅ ଜି. ଚନ୍ର୍ଦ୍ରେୟାଙ୍କ ଘରେ ନିଜ ପୁଅଙ୍କୁ ନେଇ ରହି ଆସୁଛନ୍ତି ।

ଗତକାଲି ଜ୍ୱାଇଁ ରାଜୁଲୁଙ୍କ ନିଜ ପୁଅଙ୍କୁ ଦେଖିବା ନିମନ୍ତେ ଶ୍ୱଶୁର ଘରକୁ ନିଜ ମା’ଙ୍କ ସହ ଆସିଥିଲେ । ଏହି ସମୟରେ ଶ୍ୱଶୁର ଓ ଜ୍ୱାଇଁଙ୍କ ମଧ୍ୟରେ ପାଟିଟୁଣ୍ଡ ହୋଇଥିଲା । ଏଥିରେ ଶ୍ୱଶୁର ରାଗିଯାଇ ଜ୍ୱାଇଁ ରାଜୁଲୁଙ୍କୁ ଆକ୍ରମଣ କରିଥିଲେ । ଏ ନେଇ ରାଜୁଲୁ ସଦର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ଉକ୍ତ ମାମଲାରେ ପୁଲିସ ରାଜୁଲୁଙ୍କ ଶ୍ୱଶୁର ଜି. ଚନ୍ର୍ଦ୍ରେୟାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking