34.1 C
Bhubaneswar
Friday, March 29, 2024
Homeଓଡିଶାନବବଧୂକୁ ସିନ୍ଦୂର ପିଆଇ ହତ୍ୟା ଉଦ୍ୟମ

ନବବଧୂକୁ ସିନ୍ଦୂର ପିଆଇ ହତ୍ୟା ଉଦ୍ୟମ

ଖୋର୍ଦ୍ଧା : ପ୍ରେମକରି ବିବାହ କରିବା ପରେ ଯୌତୁକ ନିର୍ଯାତନାର ଶିକାର ହୋଇଛନ୍ତି ଜଣେ ନବବଧୂ । ବିବାହର କିଛିଦିନ ପରେ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ନପୂରାଇବା ସହ ସିନ୍ଦୂର ପିଆଇ ହତ୍ୟା ଉଦ୍ୟମ କରିଛନ୍ତି । ନବବଧୂ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଅଭିଯୋଗ ମୁତାବକ ବାଣପୁର ଥାନା ପଙ୍କାଳ ଗୋପୀନାଥପୁର ଗ୍ରାମର ଝୁମୁରି ପ୍ରଧାନ ଘାଷେଡ଼ିହ ମୋହନପୁର ଗ୍ରାମର ଅକ୍ଷୟ ସ୍ୱାଇଁଙ୍କ ପୁଅ ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ କିଛିଦିନ ପୂର୍ବେ ପ୍ରେମ ବିବାହ କରିଥିଲେ । ବିବାହ ସମୟରେ ଝୁମୁରି ନିଜ ବାପଘରୁ ୨୫ହଜାର ନଗଦ ଟଙ୍କା ଏବଂ ଏକ ସୁନାଚେନ ଆଣିଥିଲେ । ତେବେ ଉଭୟ କିଛି ଦିନ ବାଣପୁରସ୍ଥିତ ସୂର୍ଯ୍ୟକାନ୍ତଙ୍କ ମାମୁ ଘରେ ରହିଥିଲେ ।

ସେଠାରେ ଝୁମୁରୀଙ୍କୁ ଘର ମଧ୍ୟରେ ଏକା ଛାଡ଼ି ବାହାରୁ ତାଲା ପକାଇ ସ୍ୱାମୀଙ୍କ ସମେତ ମାମୁଘର ଲୋକେ ଫେରାର ହୋଇଯାଇଥିଲେ। କୌଶଳ କ୍ରମେ ଝୁମୁରୀ ଖସି ଆସି ସୂର୍ଯ୍ୟକାନ୍ତଙ୍କ ଘରକୁ ଯାଇଥିଲେ । ମାତ୍ର ଶାଶୂଘର ଲୋକେ ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏନେଇ ଘର ସମ୍ମୁଖରେ ବସି ରହିବାରୁ ସୂର୍ଯ୍ୟକାନ୍ତଙ୍କ ସମେତ ଶ୍ୱଶୁରଘର ଲୋକମାନେ ତାଙ୍କୁ ଜୀବନରେ ମାରିଦେବା ପାଇଁ ଜୋର ଜବରଦସ୍ତ ସିନ୍ଦୂର ପିଆଇ ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି । ଖବର ପାଇ ଝୁମୁରୀଙ୍କ ବାପଘର ଲୋକେ ପହଞ୍ôଚô ଗୁରୁତର ଅବସ୍ଥାରେ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସୁସ୍ଥ ହେବାପରେ ଝୁମୁରୀ ବାଣପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଭୟରେ ସ୍ୱାମୀଙ୍କ ସମେତ ଶ୍ୱଶୁର ଘର ଲୋକେ ଫେରାର ହୋଇଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking