ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍ ଓଲଟାଇବାକୁ କୁଚକ୍ରାନ୍ତ । ଟ୍ରାକରେ ରଖାଯାଇଛି ଲୁହା ଏବଂ ପଥର । ଏଭଳି ଭାବେ ଟ୍ରେନ ଦୁର୍ଘଟଣା କରାଇବାକୁ ଚାଲିଛି ଯୋଜନା । ଯାହାର ଫଟୋ ଏବେ ଭାଇରାଲ ହୋଇଛି । ସିସିଟିଭିରେ ଏହା କଏଦ ହୋଇଛି । କୁହାଯାଉଛି ଯେ, ଟ୍ରେନ୍ ଲାଇନଚ୍ୟୁତ କରିବା ପାଇଁ ପଥର ଓ ଲୁହାର ଏଭଳି ରଖାଯାଇଥିଲା ଯେପରି ଦ୍ରୁତ ଗତିରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଯିବ। ଭାଇରାଲ ଭିଡିଓରେ ଦେଖିପାରିବେ ଟ୍ରାକରେ ଅନେକ ପଥର ଓ ଲୁହା ରଖାଯାଇଛି। ଗୋଟିଏ ସ୍ଥାନର ଟ୍ରାକ୍ ଭିତରେ ଦୁଇଟି ଲୁହାକୁ ଫଶାଇ ମଝିରେ ପଥରର ଗଦା କରି ଦିଆଯାଇଥିଲା। ଉଦୟପୁର-ଜୟପୁର ବନ୍ଦେ ଭାରତ ଟ୍ରେନ୍ ଯିବା ପୂର୍ବରୁ ଟ୍ରାକରେ ପଥର ଓ ଲୁହା ରଖି ଦିଆଯାଇଥିଲା। ତେବେ ଟ୍ରେନରେ ଲୋକେ ପାଇଲଟଙ୍କୁ ଠିକ୍ ସମୟରେ ଏହା ଉପରେ ନଜର ପଡିଥିଲା ଓ ସେ ଠିକ୍ ସମୟରେ ଏହାକୁ ରୋକି ଦେଇଥିଲେ। ଟ୍ରାକ୍କୁ ସଫା କରିବା ପରେ ଟ୍ରେନ୍ ଆଗକୁ ବଢିଥିଲା। ୨୪ ସେପ୍ଟେମ୍ବରରେ ଜୟପୁର-ଉଦୟପୁର ବନ୍ଦେ ଭାରତ ଟ୍ରେନ୍ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫ୍ରେନ୍ସିଂ ଜରିଆରେ ଗ୍ରୀନ୍ ସିଗନାଲ ଦିଆଯାଇଥିଲା। ଏହା ରାଜସ୍ଥାନର ତୃତୀୟ ବନ୍ଦେ ଭାରତ ଟ୍ରେନ୍।
ଭାରତୀୟ ରେଲଓ୍ବେ ପକ୍ଷରୁ ବର୍ତ୍ତମାନ ଏହା ଉପରେ କିଛି କୁହାଯାଇନି।