34.1 C
Bhubaneswar
Friday, March 29, 2024
Homeଓଡିଶାନିଜକୁ ଜାଳିଲେ ଠିକା କର୍ମଚାରୀ

ନିଜକୁ ଜାଳିଲେ ଠିକା କର୍ମଚାରୀ

ସମ୍ବଲପୁର : ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଜଣେ ଠିକା କର୍ମଚାରୀ ଆତ୍ମାହୁତି ଉଦ୍ୟମ କରିଛନ୍ତି  । ଏକାଡେମୀ କାଉନସିଲିଂର ବୈଠକ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । କିରୋସିନି ଢାଳି ହୋଇ ଆତ୍ମହୁତି ଉଦ୍ୟମ କରିଛନ୍ତି ଦୀନବନ୍ଧୁ ମିଶ୍ର । ସେ ବହୁ ଦିନ ଧରି ଠିକା ରେ କାମ କରୁଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଏହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି ।
ତେବେ ଦୀନବନ୍ଧୁଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟପୁର୍ଣ୍ଣ ରହିଛି । ନିଆଁ ଲଗାଇ ଆତ୍ମାହୁତି କରିବା ଖବର ପାଇବା ପରେ ସେଠାରେ ଥିବା କର୍ମଚାରୀ ମାନେ ତାଙ୍କୁ ନିଆଁ ଲିଭା ଯନ୍ତ୍ର ସହାଯ୍ୟରେ ନିଆଁ ଲିଭାଇ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ବୁର୍ଲା ମେଡିକାଲକୁ ନିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking