30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗହର୍ଡାଟାଲରେ ଆଦିବାସୀ ମହିଳାଙ୍କ ଘରକୁ ପଶି ମରଣାନ୍ତ୍ରକ ଆକ୍ରମଣ

ହର୍ଡାଟାଲରେ ଆଦିବାସୀ ମହିଳାଙ୍କ ଘରକୁ ପଶି ମରଣାନ୍ତ୍ରକ ଆକ୍ରମଣ

ବଲାଙ୍ଗୀର : ଗତକାଲି ରାତିରେ ହର୍ଡାଟାଲ ଗ୍ରାମରେ ଜଣେ ଆଦିବାସୀ ମହିଳାଙ୍କ ଘରକୁ ପଶି ଅଭିଯୁକ୍ତମାନେ ଉକ୍ତ ମହିଳା ତଥା ତାଙ୍କର ପରିବାରବର୍ଗଙ୍କୁ ପ୍ରବଳ ମାଡ ମାରିବା ସହିତ ମୋବାଇଲ ଓ ସୁନାଚେନ ଲୁଟି ନେଇଛନ୍ତି । ପରିବାରର ବଡ ଝିଅ ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଆକ୍ରମଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ପିଡିତ ପରିବାର ଦାବୀ ଜଣାଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଗତ ୬ ତାରିଖରେ ଉକ୍ତ ପରିବାରର ଦୁଇ ଝିଅ ଗେଧେଇ ଫେରୁଥିବା ବେଳେ ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ପଛ ପଟୁ ପିଟି ଦେଇଥିଲେ । ଏହାର ଲିଖିତ ଅଭୀଯୋଗ ସଦର ଥାନାରେ କାରାଯାଇଥିଲ। । ବାରମ୍ବାର ଗୁହାରି ସତ୍ୱେ ଥାନା ଅଧୀକାରୀ ଏ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ । ଉକ୍ତ ପରିବାର ୨୫ ତାରିଖ ରେ ପୁଣୀଥରେ ଅଭୀଯୋଗ କରିଥିଲେ । ୨୬ ତାରିଖରେ ଥାନା ବାଲା ଉଭୟ ପକ୍ଷକୁ ଡାକିଥିଲେ । ଉକ୍ତ ପରିବାର ଅନୁପସ୍ଥିତ ଥୀବାରୁ ଆସି ପାରିଲେ ନାହିଁ । ତେବେ ଗତକାଲି ୨୬ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଅଭିଯୁକ୍ତ ଓ ତାଙ୍କ ପରିବାର ବର୍ଗ ଅମ୍ବିକାଙ୍କ ଘରକୁ ପଶି ଆସି ତାଙ୍କ ପତି ମାହାଦେବ ମଲ୍ଲିକ, ଝୀଅ ଜଶକାନ୍ତି ଓ ଜମୁନାଙ୍କୁ ପ୍ରବଳ ମାଡ ମାରିବା ସହ ସୁନା ଚେନ ଓ ମୋବାଇଲ ଛଡାଇ ନେଇଥିଲେ । ଆହୁରି ଦୁଇ ନାବାଳିକା ଝିଅଙ୍କୁ ଗାଁ ଦାଣ୍ଡକୁ ଆଣି ତାଙ୍କ ଡ୍ରେସ ଚିରି ଦେଇଥିଲେ ବୋଲି ସୂଚନା ଦେଇଛନ୍ତି । ତେବେ ଏହି ଘଟଣାରେ ପିଡିତା ଅମ୍ବିକା ଉକ୍ତ ଗ୍ରାମର ତରଣୀ ଘିଭେଲା, ଚିତ୍ରସେନ ଘିଭେଲା, ବୁଠି ଘିଭେଲା, ସେବତୀ ଘିଭେଲା, ସୁରୁବାଲି ବେହେରା, ପୀର ଘିଭେଲା, ବିଲାସିନି ଭିଭେଲା, ସୁଶିଲା ସେଲମା ବିରୁଦ୍ଧରେ ଅଭୀଯୋଗ କରିଛନ୍ତି । ତେବେ ଏହାର ରିପୋର୍ଟ କଲେ ଜିବନରେ ମାରିଦେବା ଧମକ ଚମକ ଦେବା ସହ ଗାଁରୁ ଚଡିଦେବା ପାଇଁ ଧମକ ଦେଇଥିଲେ । ବିଭିନ୍ନ ଜାତିଗତ ଆକ୍ଷେପ କରିବା ସହ ଅସଭ୍ୟ ଭାଷାରେ ଗାଲି ଗୁଲଜ କରିଥିଲେ ବୋଲି କହିଛନ୍ତି । ଗତ ୨୫ ତାରିଖ ଦିନ ପିଡିତା ଅମ୍ବିକା ଅଭିଯୁକ୍ତମାନଙ୍କ ବିରୋଧରେ ଏକ ମାମଲା ସ୍ଥାନୀୟ ସଦର ଥାନା ଠାରେ ଦାଖଲ କରିଥିଲେ ସୁଦ୍ଧା ଉକ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ , ଅଭିଯୁକ୍ତମାନଙ୍କ ମଧ୍ୟରେ ସାହାସ ବଢି ସେମାନେ ଏହି ଘଟଣା ଘଟାଇଥିବା ଅଭିଯୋଗ କରି ଏସ୍ପିଙ୍କୁ ଲିଖିତ ଭାବେ ଅମ୍ବିକା । ତେବେ ସଂପୃକ୍ତ ଅପରାଧରେ ଦୋଷୀମାନ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନଥିବା ଥାନା ଅଧିକାରୀଙ୍କ ବିରୁଦ୍ଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି । ଏସ୍ପିଙ୍କୁ ଦିଆଯାଇଥିବା ଅନୁରୋଧ ପତ୍ରର ଏକକିତା ନକଲ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମହିଳା କମିଶନ ତଥା ଜାତୀୟ ଆଦିବାସୀ ଆୟୁକ୍ତଙ୍କୁ ମଧ୍ୟ ଦିଆଯାଇଥିବା ଦର୍ଶାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking