31.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ; ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସାମ୍ୱାଦିକ ସଂଘ

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ; ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ସାମ୍ୱାଦିକ ସଂଘ

କୋରାପୁଟ: ମହାମାରୀ କରନା ସମୟ ରେ ନିଜ ଜୀବନ କୁ ବାଜି ଲଗେଇ ଲୋକଙ୍କ ସ୍ୱର କୁ ସରକାର ଙ୍କ ନିକଟରେ ପହଞ୍ଚାଉଛନ୍ତି ସାମ୍ବାଦିକ।କରନା କୁ ଖାତିରି ନକରୀ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଙ୍କୁ ଏବେ ମରଣାତ୍ମକ ଆକ୍ରମଣ କରାଯାଉଛି । ଏଭଳି ଘଟଣା ସାମ୍ନା କୁ ଆସିଛି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ରୁ । କୁନ୍ଦ୍ରା ବ୍ଲକ ର କାର୍ଯ୍ୟରତ ସାମ୍ବାଦିକ ଅକ୍ଷୟ ପଟନାୟକ ଙ୍କୁ ଗତ ଦୁଇ ଦିନ ତଳେ କିଛି ଦୃର୍ବୁତ୍ତ ମରଣାତ୍ମକ ଆକ୍ରମଣ କରୁଛନ୍ତି।ସେ ଗୁରୁତର ଆହତ ହୋଇ ଥିବା ବେଳେ କୋରାପୁଟ ଜିଲ୍ଲା ମେଡିକାଲ ରେ ଭର୍ତି ହୋଇଛନ୍ତି।ଏହି ଘଟଣା କୁ ନେଇ ବୋରିଗୁମ୍ମା ସାମ୍ୱାଦିକ ସଂଘ ତରଫରୁ ତୀବ୍ର ନିନ୍ଦା କରାଯାଇଛି । ଆଉ ପ୍ରେସ କ୍ଲବ ସଭାପତି ବିଜୟ ନାରାୟଣ ସାହୁ ଙ୍କ ନେତୃତ୍ୱରେ ବରୀଷ୍ଠ ସମ୍ବାଦି ମୋହନ ଦୋରା, କେ.ସାକିଲ ଦୋରା,ରଞ୍ଜନ କୁମାର ମିଶ୍ର, ଏନ ପିମ୍ପସ କୁମାର ସୁଶୀଳ ଷଡଙ୍ଗୀ ଏବଂ ପିଣ୍ଡୁ ପ୍ରଧାନ ଙ୍କ ସମେତ ସମସ୍ତ ସାମ୍ବାଦିକ ଯୋଗଦେଇ ଅଭିଯୁକ୍ତ ଙ୍କୁ ତୁରନ୍ତ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ବୋରିଗୁମ୍ମା SDPO ହରେ କୃଷ୍ଣମାଝୀ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ସେପଟେ ସାମ୍ବାଦିକ ଙ୍କ ଦାବି କୁ ପ୍ରଶାସନିକ ସ୍ତରରେ ପଦକ୍ଷପ ନିଆଯିବ ବୋଲି କହିଛନ୍ତି SDPO ହରେକୃଷ୍ଣ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking