39.8 C
Bhubaneswar
Thursday, April 18, 2024
Homeଓଡିଶାମଦକୁ ବିରୋଧ କଲେ ବୋଲି : ଦମ୍ପତିଙ୍କୁ ଆକ୍ରମଣ

ମଦକୁ ବିରୋଧ କଲେ ବୋଲି : ଦମ୍ପତିଙ୍କୁ ଆକ୍ରମଣ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଉଦପୁର ତରପଦା ଗ୍ରାମର ଜଣେ ଚୋରା ମଦ ବେପାରୀକୁ ବିରୋଧ କରି ଏକ ଦମ୍ପତି ଆକ୍ରମଣର ଶିକାର ହୋଇଛନ୍ତି । ଆକ୍ରମଣରେ ଆହତ ହୋଇଥିବା ଦମ୍ପତି ହେଲେ ଗ୍ରାମର ଶ୍ରୀଧର ଜେନା ଓ ତାଙ୍କ ପତ୍ନୀ ଉଷା ଜେନା । ସୂଚନା ଅନୁଯାୟୀ, ତରପଦା ଗ୍ରାମରେ ଚୋରା ମଦ ବ୍ୟବସାୟୀ ଜଣଙ୍କ ନିୟମିତ ମଦ ବିକ୍ରି କରି ଆସୁଛନ୍ତି । ଯାହା ପାଇଁ ଗ୍ରାମର ଯୁବଗୋଷ୍ଠୀ ମଦ ପିଇ ନାନା ପ୍ରକାର ଅଶୋଭନୀୟ ଘଟଣା ଘଟାଉଛନ୍ତି । ନିୟମିତ ଗ୍ରାମରେ ଝଗଡା ହେଉଛି । ଏହାକୁ ଗ୍ରାମର କିଛି ଲୋକ ବିରୋଧ କରୁଥିବାରୁ ମଦ ବ୍ୟବସାୟୀ ମଦ ବିକ୍ର କରୁଥିବା ସ୍ଥାନ ନିକଟରେ ରହୁଥିବା ପରିବାର ଶ୍ରୀଧର ଏହାକୁ ଅଧିକ ବିରୋଧ କରିବାରୁ ବୁଧବାର ମଦ ବ୍ୟବସାୟୀ ଲୋକ ଲଗାଇ ଦମ୍ପତିଙ୍କୁ ମାଡ଼ମାରି ଆହତ କରିଛନ୍ତି । ଆହତ ଶ୍ରୀଧର ଓ ଉଷା ଭଦ୍ରକ ମେଡ଼ିକାଲରେ ଚିକିିତ୍ସାଧୀନ ଅଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଶ୍ରୀଧରଙ୍କ ଅଭିଯୋଗ ମୂଳେ ଏକ ମାମଲା ରୁଜୁ କରି ତଦନ୍ତ ଜାରିି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking