31.1 C
Bhubaneswar
Tuesday, April 23, 2024
Homeଓଡିଶାଆସାମୀକୁ ଧରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର

ଆସାମୀକୁ ଧରିବାକୁ ଯାଇ ପୋଲିସ ଆକ୍ରମଣର ଶିକାର

କଳାହାଣ୍ଡି : ପୋଲିସ ଉପରେ ହୋଇଛି ମରଣାନ୍ତକ ଆକ୍ରମଣ । ଆସାମୀକୁ ଧରିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଆସାମୀର ପତ୍ନୀ ପୋଲିସ ଉପରେ କିରାସିନି ଢାଳି ଅଶ୍ଳୀଳ ଭାଷା ରେ ଗାଳିଗୁଲଜ କରିବା ସହ ମହିଳା ପୋଲିସ ଅଧିକାରୀଙ୍କୁ ମଧ୍ୟ ଆକ୍ରମଣ ହୋଇଛି । କେବଳ ଏତିକି ନୁହେଁ ଏହା ସହ ସାଥି ରେ ଯାଇଥିବା ପୋଲିସ ଟିମ ଗାଡିରେ ମଧ୍ୟ କିରାସିନି ଢାଳି ଦେଇଥିବା ଅଭିଯୋଗ ହୋଇଛି । କୋକସରା ଥାନା କୋକସରା ବଡପଡା ଗଙ୍ଗାରାମ ଖମାରି ଙ୍କ ନାମରେ ତାଙ୍କର ପତ୍ନୀ ଫୁଲତୋଳା ଖମାରି କିଛି ମାସ ପୂର୍ବେ ନିର୍ଯ୍ୟାତନା ଦେଉଥିବା ନେଇ ମାମଲା ଦେଇଥିଲେ । ସେହି ମାମଲାରେ ହାଜିର ନହେବାରୁ ୱାରେଣ୍ଟ ବାହାରି ଥିଲା । ଅଭିଯୁକ୍ତ ପୋଲିସକୁ ଧରାଛୁଆଁ ଦେଉ ନଥିବା ବେଳେ ଆଜି ଅଭିଯୁକ୍ତ ଘରେ ଥିବା ଖବର ପାଇ ପୋଲିସ ଧରିବାକୁ ଯାଇଥିବା ବେଳେ ଅଭିଯୋଗ ଦେଇଥିବା ତାଙ୍କ ପତ୍ନୀ ହିଁ ପୋଲିସକୁ ଆକ୍ରମଣ କରିଥିବା ଜଣାପଡ଼ିଛି । ପୋଲିସ ଏ ସଂକ୍ରାନ୍ତରେ ସମ୍ପୃକ୍ତ ମହିଳା, ତାଙ୍କ ସ୍ଵାମୀ ଓ ମହିଳା ଙ୍କ ଭାଇ କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡିଛି ।
https://onakhabar.com/2020/03/13/nilachal-banchao/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking