40.1 C
Bhubaneswar
Thursday, April 25, 2024
Homeଅପରାଧବିବାହ ପାଇଁ ମନା କରିବାରୁ ପ୍ରେମିକର ମୁହଁକୁ ଏପରି କଲେ ପ୍ରେମିକା...

ବିବାହ ପାଇଁ ମନା କରିବାରୁ ପ୍ରେମିକର ମୁହଁକୁ ଏପରି କଲେ ପ୍ରେମିକା…

ଉତ୍ତର ପ୍ରଦେଶ : ପ୍ରେମ ଯେବେ ଭୟଙ୍କର ହୁଏ ଦେଖାଦିଏ ବିଭିନ୍ନ ଅଘଟଣ । ସୂଚନା ଅନୁସାରେ ଉତ୍ତର ପ୍ରଦେଶର ବରିଲି ଠାରେ ପଢ଼ୁଥିବା ଏକ ଛାତ୍ରୀ ତାଙ୍କ ସହ ପଢ଼ୁଥିବା ଏକ ଯୁବକ ସହ ପ୍ରେମରେ ପଡିଯାଇଥିଲେ । ଉଭୟ କିଛି ଦିନ ପ୍ରେମରେ ଥିଲେ କିନ୍ତୁ ପୁଅଟି  ଝିଅ ସହ କୋଣସି ସମ୍ପର୍କ ରଖିବାକୁ ମନା କରିଦେବାରୁ ଝିଅଟି ପୁଅର ମୁହଁକୁ ବ୍ଲେଡରେ ଆକ୍ରମଣ କରିଛି । ଝିଅଟି ବାରମ୍ବାର ବିବାହ ପାଇଁ ପ୍ରସ୍ତାବ ଦେଉଥିବା ବେଳେ ପାଠ ପଢା ଓ ଭବିଷ୍ୟତର ବାହାନା ଦେଖାଇ ପିଲାଟି ପ୍ରସ୍ତାବକୁ ଏଡ଼ାଇଦେଉଥିଲା ।
ଏଭଳି ବାରମ୍ବାର ପ୍ରତ୍ୟାଖ୍ୟାନ ର ଶିକାର ହୋଇ  ଝିଅଟି ଗୁରୁବାର ଦିନ ପୁଅକୁ କଲେଜ ରୋଡ ରେ ବୁଲାଇବା ବାହାନାରେ ପୁଅର ମୁହଁ କୁ ବ୍ଲେଡ ରେ ଆକ୍ରମଣ କରିଛି । ପ୍ରତକ୍ଷଦର୍ଶୀ ଙ୍କ କହିବା ମୁତାବକ ଛାତ୍ରୀ ଜଣକ ” ତୋ ରୂପ ପାଇଁ ଗର୍ବ କରୁଛୁ,ଏବେ ତତେ କେହି ବିବାହ କରିବେ ନାହିଁ” କହି ଏପରକି କାଣ୍ଡ ଘଟାଇଛି । ଏଭଳି ଘଟଣା ପରେ ପୁଅ ମୁହଁ କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖି ଝିଅ ମଧ୍ୟ ବେହୋସ ହୋଇଯାଇଥିଲା । ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିବା ବେଳେ ପୁଅର ଅବସ୍ଥା ଗୁରୁତର ସହିତ ମୁହଁର କ୍ଷତ ମଧ୍ୟ ଅଧିକ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । କଲେଜର ପ୍ରିନ୍ସପାଲଙ୍କୁ ପଚାର ଯିବାରୁ ଏହା କଲେଜ ବାହାରେ ଘଟିଥିବାରୁ ଏହା ଉପରେ କୋଣସି ମତ ରଖି ନାହାନ୍ତି । ଏପର୍ଯ୍ୟନ୍ତ କୋଣସି ମାମଲା ରୁଜୁ ହୋଇନଥିବା ବେଳେ ଉଭୟ ନାବାଳକ ଅଟନ୍ତି ବୋଲି ଜଣାପଡିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking