35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ପୋଡି ଦେଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ପୋଡି ଦେଲେ ଦୁର୍ବୃତ୍ତ

ଯାଜପୁର: ଯାଜପୁର ଜିଲ୍ଲା ଟମକା ଥାନା ଅନ୍ତର୍ଗତ ବାଙ୍ଗରଖୋଣ୍ଟା ଗ୍ରାମ ପଞ୍ଚାୟତ ର ଦିଅପାଳ ଗ୍ରାମରେ ଅଭାବନୀୟ ଘଟଣା । ଗତ ତା ୧୯ ତାରିଖ ଦିନ ପୂର୍ବ ଶତ୍ରୁତାକୁ ନେଇ ଆନନ୍ଦ ଦଳେଇଙ୍କ ଘରେ ଦିଅପାଳ ଗ୍ରାମର ସୁମନ୍ତ ଖୁଣ୍ଟିଆ,ରମେଶ ଖୁଣ୍ଟିଆ ,କୁନୁ ଖୁଣ୍ଟିଆ, ରାତ୍ରରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲାଗିବା ଦ୍ୱାରା ଘର ର ଆସ ବାସ ପତ୍ର ଓ ଝିଅ ବିଭାଘର ପାଇଁ ଘରେ ରଖିଥିବା ସୁନା ଗହଣା ଟଙ୍କା ସବୁ ନିଆଁରେ ପୋଡ଼ି ଜଳି ପାଉଁଶ ହୋଇ ଯାଇଥିଲା । ଏହାକୁ ନେଇ ଟମକା ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଟମକା ପୋଲିସ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଅଭିଯୁକ୍ତ ମାନେ ଖୁଲମ ଖୁଲା ବୁଲୁଛନ୍ତି । ରାତିରେ ଅଭିଯୋଗକାରୀଙ୍କ ପରିବାର ଉପରକୁ ଟେକା ପଥର ମାରିବା ସହ ଧମକ ଚମକ ଦେଉଥିବା କହିଛନ୍ତି ପରିବାର ଲୋକେ । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରି ଆନନ୍ଦ ଦଳେଇ ଓ ତାଙ୍କ ସମ୍ପର୍କୀୟ ମାନେ । ଯଥାଶୀଘ୍ର ନ୍ୟାୟ ନ ମିଳିଲେ ଥାନା ଆଗରେ ଆତ୍ମହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ଅଭିଯୋଗକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking