32.1 C
Bhubaneswar
Tuesday, April 23, 2024
Homeଅପରାଧଉଧାର ଟଙ୍କା ମାଗିବାରୁ ଘରେ ପଶି ଆକ୍ରମଣ

ଉଧାର ଟଙ୍କା ମାଗିବାରୁ ଘରେ ପଶି ଆକ୍ରମଣ

ମୟୂରଭଞ୍ଜ : ଉଧାର ଦେଇଥିବା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣର ଶିକାର ହେଲେ ଯୁବକ । ତେବେ ଆକ୍ରମଣରୁ ବାଦ ପଡିନାହାନ୍ତି ପରିବାରର ଅନ୍ୟ ସଦସ୍ୟ । ଏମିତିକି ଆକ୍ରମଣକାରୀ ମାନେ ହିତାହିତ ଜ୍ଞାନ ଭୁଲିଯାଇ ଘର ଭିତରକୁ ଧସେଇ ପଶି ଆକ୍ରମଣ କରିବା ସହିତ ନାବାଳିକା ଝିଅ ପ୍ରତି ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି ମୟୁରଭଞ ଜିଲ୍ଲା ବାରିପଦା ଟାଉନ ଥାନା ଅନ୍ତର୍ଗତ ୨୪ନଂ ୱାର୍ଡ଼ କାଳିକାପୁରରେ ।
ଅଭିଯୋଗ ଅନୁସାରେ ସାଙ୍ଗସାଥିରେ କରଜ ଦେଇଥିବା ଟଙ୍କା ମାଗିବାରୁ ଓଲଟା ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଆହତ ହେଲେ ଯୁବକ । ଏମିତିକି ଘରେ ପଶି ଜୋର ଜବରଦସ୍ତ  ୫ ଜଣ ଯୁବକ ୧୧ ବର୍ଷୀୟା ନାବାଳିକା ଝିଅଙ୍କୁ ଅସଦାଚରଣ କରିବା ସହ ବାପା ଓ ମାଆଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଛି । ଏନେଇ ବାରିପଦା ଟାଉନ ଥାନାରେ ନାବାଳିକାର ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ତେବେ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଟାଉନ ଥାନା ପୋଲିସ ଚଢ଼ାଉ କରି ୨ ଅଭିଯୁକ୍ତକୁ ଧରି ଥାନାରେ ଅଟକ ରଖିଥିବା ବେଳେ ଅନ୍ୟ ୩ ଜଣ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତମାନେ ହେଲେ ରମେଶ ଟୁଡୁ, ବାଙ୍ଗୁର ଟୁଡୁ, ଭାନୁ ଦାସ, କାଁହୁ ଦାସ । ଅନ୍ୟପଟେ ନାବାଳିକା ଗୁରୁତ୍ତର ଅବସ୍ଥାରେ ପିଆରଏମ୍ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଜଣାପଡିଛି ।
https://onakhabar.com/2020/02/08/mainor-girl-raped/
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking