27.8 C
Bhubaneswar
Wednesday, April 17, 2024
Homeଅପରାଧସାନ ଭାଇ ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର

ସାନ ଭାଇ ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର

ତେଲକୋଇ: ସାନ ଭାଇ ଟାଙ୍ଗିଆ ଚୋଟରେ ବଡ଼ ଭାଇ ଗୁରୁତର | ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଧୀନ କୃଷ୍ଣପୁର ଗ୍ରାମରେ| ଜମିବାଡ଼ି ଗଣ୍ଡଗୋଳରୁ ୨ଭାଇଙ୍କ ମଧ୍ୟରେ ଆରମ୍ଭ ହେଲା ଝଗଡ଼ା। ଏନେଇ ଅଭିଯୋଗ ଥାନାକୁ ଯିବା ସତ୍ତ୍ୱେ ପୁଲିସ୍‌ ଏହାର ସମାଧାନ ନିମନ୍ତେ ଗୁରୁତ୍ୱ ଦେଲାନି। ଫଳରେ ତାହା ଏବେ ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଛି। ସାନ ଭାଇ ଓ ଭାଇ ବୋହୂର ଟାଙ୍ଗିଆ ଚୋଟରେ ଗୁରୁତର ହୋଇ ପଡ଼ିଥିବା ବଡ଼ ଭାଇ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
କୃଷ୍ଣପୁର ଗ୍ରାମର ଦୁଇ ଭାଇ ଶୁକଦେବ ନାୟକ ଓ ପଦ୍ମଚରଣ ନାୟକଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଛି। କିଛି ମାସ ତଳେ ସାନଭାଇ ପଦ୍ମଚରଣ ଘରେ ନଥିବା ବେଳେ ଜମିବାଡ଼ିକୁ ନେଇ ବଡ ଭାଇ ଶୁକଦେବ ତାଙ୍କ ସ୍ତ୍ରୀକୁ ବାଡିଆପିଟା କରିଥିଲେ। ଏନେଇ ସାନଭାଇର ସ୍ତ୍ରୀ ତେଲକୋଇ ଥାନାରେ ଅଭିଯୋଗ କରିଥିଲେ। ତେଲକୋଇ ପୁଲିସ୍‌ କିନ୍ତୁ ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। ଫଳରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡା ବଢିଥିଲା। ଗତକାଲି ଦୁଇ ଭାଇଙ୍କ ମଧ୍ୟରେ କ୍ରମଶଃ ଉଗ୍ର ରୂପ ଧାରଣ କରିବାକୁ ଲାଗିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking