30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତୀୟ ଯବାନଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡବିଖଣ୍ଡ କଲେ ପାକିସ୍ତାନୀ ସେନା , ଭାରତୀୟ ସେନାର...

ଭାରତୀୟ ଯବାନଙ୍କୁ ହତ୍ୟା କରି ମୃତଦେହକୁ ଖଣ୍ଡବିଖଣ୍ଡ କଲେ ପାକିସ୍ତାନୀ ସେନା , ଭାରତୀୟ ସେନାର ପ୍ରତିଆକ୍ରମଣରେ ୨ ପାକ କମାଣ୍ଡୋ ନିହତ

ନୂଆଦିଲ୍ଲୀ: ଦେଶରେ ନାଗରିକତା ଆଇନକୁ ନେଇ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଲାଗିରହିଥିବା ବେଳେ ପାକିସ୍ତାନୀ ସେନାର ଏକ ଅମାନବୀୟ କାଣ୍ଡ ଏବେ ସାମ୍ନାକୁ ଆସିଛି । ଗତ ସୋମବାରଦିନ ସଂଧ୍ୟା ସାଢେ ୭ଟା ବେଳେ ପାକିସ୍ତାନୀ ବ୍ୟାଟ୍‌ ଟିମ୍‌ର କମାଣ୍ଡୋମାନେ ନିୟନ୍ତ୍ରଣ ରେଖା ଡେଇଁ ଭାରତୀୟ ସେନାର ଯବାନ ରାଇଫଲମ୍ୟାନ ସୁଖବିନ୍ଦର ସିଂଙ୍କୁ ହତ୍ୟା କରିବା ସହ ଅତ୍ୟନ୍ତ ନିର୍ମମଭାବେ ତାଙ୍କ ମୃତଶରୀରକୁ କ୍ଷତବିକ୍ଷତ କରି ଫିଙ୍ଗି ଦେଇଥିଲେ। ଏକ ଜାତୀୟସ୍ତରର ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଜମ୍ମୁ ଓ କଶ୍ମୀର ପୁଞ୍ଚ ଜିଲ୍ଲାରେ ଥିବା ସୁନ୍ଦରବନି ସେକ୍ଟରରେ ଥିବା ନାଥୁଆ କା ଟିବ୍ଦା ଅଞ୍ଚଳରେ ପ୍ରବେଶ କରି ଏହି କମାଣ୍ଡୋ ଓ ପାକିସ୍ତାନ ସେନାର ଆଉ କିଛି ଯବାନ ଏକ ଭାରତୀୟ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ । ହେଲେ ଭାରତୀୟ ସେନା ଏହି ଘଟଣା ଜାଣିବା ପରେ ତୁରନ୍ତ ଏକ ଅପରେସନ ଆରମ୍ଭ କରି ପାକିସ୍ତାନୀ ଦଳ ଉପରେ ଅତର୍କିତ ଆକ୍ରମଣ କରିଥିଲା । ଏହି ଆକ୍ରମଣ ସହ ପାକିସ୍ତାନୀ କମାଣ୍ଡୋମାନଙ୍କ ଉପରେ ନିଜ ସାଥୀ ହତ୍ୟାର ଚରମ ପ୍ରତିଶୋଧ ନେଇଥିଲେ ଭାରତୀୟ ବୀର ଯବାନ । ଭାରତୀୟ ସେନାର ଏହି ଆକ୍ରମଣରେ ଦୁଇଜଣ ପାକିସ୍ତାନୀ କମାଣ୍ଡୋ ନିହତ ହୋଇଥିବାର ଜଣା ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking