27.1 C
Bhubaneswar
Thursday, April 25, 2024
Homeଅପରାଧଭୁଜାଲୀରେ ହାଣି ଲୁଟିନେଲେ

ଭୁଜାଲୀରେ ହାଣି ଲୁଟିନେଲେ

ଆଳି : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଲୁଟେରାଙ୍କ ଆକ୍ରମଣରେ ତିନି ଜଣ ଆହତ ହୋଇଛନ୍ତି ।  ରବିବାର  ବିଳମ୍ବିତ ରାତିରେ ମହାକାଳପଡ଼ା ବାବର ବଜାରରେ ଥିବା ସୁନା ଦୋକାନ ବନ୍ଦ କରି ବ୍ୟବସାୟୀ ବିଜୟ ସାହୁ ଘରକୁ ଫେରୁଥିବା ବେଳେ ପଟ୍ଟାମୁଣ୍ଡାଇ ଖଡ଼ଇଣ୍ଟା ଛକ ନିକଟରେ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ । ଏଥିରେ ବିଜୟଙ୍କ ସହ ଥିବା ତାଙ୍କ ଭାଇ ଓ ପୁଅ ମଧ୍ୟ ଆହତ ହୋଇଛନ୍ତି ।
ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୁଜାଲିରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆହତଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ହସ୍ପିଟାଲକୁ ନେଇଥିଲେ ଅବସ୍ଥା ଗୁରୁତର ହେବାରୁ  କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଦୁର୍ବୃତ୍ତଙ୍କୁ ଧରିବାକୁ ଚଢ଼ଉ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking