34.1 C
Bhubaneswar
Thursday, April 25, 2024
Homeଅପରାଧବାପଝିଅଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ

ବାପଝିଅଙ୍କୁ ହାଣି ପକାଇଲେ ଦୁର୍ବୃତ୍ତ

ଭଦ୍ରକ : ଶନିବାର ବିଳମ୍ବିତ ରାତ୍ରୀରେ ଭଦ୍ରକ ଜିଲ୍ଲା ବନ୍ତଥାନା ଅନ୍ତର୍ଗତ ସିଆଳିଆ-ବ୍ରହ୍ମପୁର ରାସ୍ତା ପାର୍ଶ୍ୱସ୍ଥ ଡାଳିମଗାଡ଼ିଆ କେନାଲ ନିକଟରେ ଜଣେ ବାପ ଓ ତାଙ୍କ ଝିଅକୁ ଅଜ୍ଞାତ ଦୁର୍ବୃତ୍ତମାନେ ହାଣି କ୍ଷତବିକ୍ଷତ କରିପକାଇଛନ୍ତି।
ଆହତ ବାପଝିଅ ହେଲେ ଦୋଳପଦୀ ଗ୍ରାମର ରବୀନ୍ଦ୍ର ସାହୁ ଓ ନମିତା ସାହୁ।
ସୂଚନା ଅନୁଯାୟୀ, ସେମାନେ ଖୋର୍ଦ୍ଧା ରୋଡ୍ ଡିଏମୟୁ ଟ୍ରେନରୁ ଓହ୍ଲାଇ ନିଜ ସ୍କୁଟର ଚଢ଼ି ଘରକୁ ଫେରୁଥିଲେ। ଗାଁ ଆଉ ଅଳ୍ପ ଦୂର ଥିବା ବେଳେ କେତେକ ଅଜ୍ଞାନ୍ତ ବ୍ୟକ୍ତି ସେମାନଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ବାପଝିଅଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଧାଇଁ ଆସିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଖସି ପଳାଇଥିଲେ।
କୌଣସି ସୂତ୍ରର ଖବର ପାଇ ବନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିଲେ ମଧ୍ୟ ଏ ପର‌୍ୟ୍ୟନ୍ତ ଆକ୍ରମଣାକରୀଙ୍କର ଟେର୍ ପାଇ ନାହିଁ।
ଚିକିତ୍ସା ନିମନ୍ତେ ବାପାଝିଅଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଯାଇଛିବୋଲିି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking