38.8 C
Bhubaneswar
Friday, April 19, 2024
Homeଖେଳଏଟିପି ର‌୍ୟାଙ୍କିଙ୍ଗ୍‌: ଟପ୍‌ରେ ମେଡଭେଡେଭ୍ କାଏମ

ଏଟିପି ର‌୍ୟାଙ୍କିଙ୍ଗ୍‌: ଟପ୍‌ରେ ମେଡଭେଡେଭ୍ କାଏମ

ପ୍ୟାରିସ୍‌: ରୁଷିଆର ଡାନିଲ୍ ମେଡଭେଡେଭ୍ ସୋମବାର ଘୋଷିତ ସଦ୍ୟ ଏଟିପି ର‌୍ୟାଙ୍କିଙ୍ଗ୍ ଶୀର୍ଷରେ କାଏମ ରହିଛନ୍ତି । ଗତ ସପ୍ତାହରେ ସେ ହାଲେ ଫାଇନାଲ୍‌ରେ ପୋଲାଣ୍ଡ୍‌ର ହୁବର୍ଟ ହୁରକାଜଙ୍କଠାରୁ ପରାସ୍ତ ହୋଇଥିଲେ ମଧ୍ୟ ଏହାର ପ୍ରଭାବ ତାଙ୍କ ର‌୍ୟାଙ୍କିଙ୍ଗ୍ ଉପରେ ପଡ଼ିନାହିଁ । ଅନ୍ୟପକ୍ଷରେ ହୁର୍‌କାଜ୍ ୨ଟି ସ୍ଥାନରେ ଉନ୍ନତି ଘଟାଇ ଶୀର୍ଷ ୧୦ ଖେଳାଳିଙ୍କ ମଧ୍ୟରେ ସାମିଲ୍ ହୋଇଛନ୍ତି । ସେ ଦଶମ ସ୍ଥାନରେ ପହଞ୍ଚିଥିବା ବେଳେ ଇଟାଲୀର ମାଟେଓ ବେରେଟିନି ଏକାଦଶ ସ୍ଥାନକୁ ଖସିଯାଇଛନ୍ତି ।

ଆହୁରି ବ୍ରିଟେନ୍‌ର କାମେରନ୍ ନୋରି ଦ୍ୱାଦଶ ସ୍ଥାନକୁ ଖସିଆସିଥିବା ବେଳେ କ୍ୱିନ୍ସ ଗ୍ରାସ୍‌କୋର୍ଟ ଟୁର୍ଣ୍ଣାମେଣ୍ଟ୍ ଫାଇନାଲ୍‌ରେ ପରାସ୍ତ ହୋଇଥିବା ସର୍ବିୟାର ଫିଲିପ୍ କ୍ରାଜିନୋଭିକ୍ ୪୮ତମ ସ୍ଥାନରୁ ୩୧ତମ ସ୍ଥାନକୁ ଲମ୍ଫ ପ୍ରଦାନ କରିଛନ୍ତି । ଜର୍ମାନୀର ଆଲେକ୍‌ଜାଣ୍ଡର୍ ଜ୍ୱେରେଭ୍ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଥିବା ବେଳେ ସର୍ବିୟାର ପୂର୍ବତନ ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିଚ୍ ତୃତୀୟ ଓ ଚଳିତ ମାସ ପ୍ରାରମ୍ଭରେ ଫ୍ରେଞ୍ଚ୍ ଓପନ୍‌ରେ ଚତୁର୍ଦ୍ଦଶ ଟାଇଟଲ୍ ଜିତିଥିବା ସ୍ପେନ୍‌ର ରାଫେଲ୍ ନାଡାଲ୍ ଚତୁର୍ଥରେ କାଏମ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking