35.1 C
Bhubaneswar
Tuesday, April 23, 2024
Homeଖେଳଏଟିକେଏମ୍‌ବି-ହାଇଦ୍ରାବାଦ ମ୍ୟାଚ୍ ‘ଡ୍ର’

ଏଟିକେଏମ୍‌ବି-ହାଇଦ୍ରାବାଦ ମ୍ୟାଚ୍ ‘ଡ୍ର’

ଗୋଆ : ସ୍ଥାନୀୟ ଫାତୋର୍ଦା ଷ୍ଟାଡିୟମ୍‌ରେ ଶୁକ୍ରବାର ଏଟିକେ ମୋହନ ବାଗାନ୍ ଓ ହାଇଦ୍ରାବାଦ୍ ଏଫ୍‌ସି ମଧ୍ୟରେ ଖେଳାଯାଇଥିବା ଆଇଏସ୍‌ଏଲ୍‌ର-୭ର ଏକ ମ୍ୟାଚ୍ ୧-୧ ଗୋଲ୍‌ରେ ଅସୀମାଂସିତ ହୋଇଛି । ଦ୍ୱିତୀୟା ହାଫ୍‌ରେ ପ୍ରଭାବ ବିସ୍ତାର କରିଥିବା ଏଟିକେଏମ୍‌ବି ପକ୍ଷରୁ ୫୪ତମ ମିନିଟ୍‌ରେ ମାନବୀର ସିଂହ ନିଜ ଉଦ୍ୟମରେ ଗୋଲ୍ କରି ଦଳକୁ ଅଗ୍ରଣୀ କରିଥିଲେ । ତେବେ ୧୦ ମିନିଟ୍ ପରେ ପେନାଲ୍ଟିରୁ ଗୋଲ୍ କରି ଜୋଆଓ ଭିକ୍ଟର ସ୍ଥିତି ବରାବର କରିଥିଲେ । ପରେ ହାଇଦ୍ରାବାଦ ଲିଷ୍ଟନ୍ କାଲାକୋ ଓ ହରିଚରଣଙ୍କ ଆକ୍ରମଣ ମାଧ୍ୟମରେ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଗୋଲ୍ କରିବାରେ ସଫଳ ହୋଇନଥିଲା । ଏହି ମ୍ୟାଚ୍‌ରୁ ଉଭୟ ୧ ପଏଣ୍ଟ ଲେଖାଏଁ ପାଇଥିଲେ । ଏଟିକେଏମ୍‌ବି ୧୦ ପଏଣ୍ଟ ସହ ଟେବୁଲ୍‌ର ୨ୟ ସ୍ଥାନରେ ଥିବାବେଳେ ୬ ପଏଣ୍ଟ ସହ ହାଇଦ୍ରାବାଦ ୫ମରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking