31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଶାରୀରିକ ସମ୍ପର୍କ ରଖିବା ସମୟରେ ଅଚାନକ୍ ଗଡିଲା କାର୍‌, ତା’ପରେ...

ଶାରୀରିକ ସମ୍ପର୍କ ରଖିବା ସମୟରେ ଅଚାନକ୍ ଗଡିଲା କାର୍‌, ତା’ପରେ…

ନୂଆଦିଲ୍ଲୀ : ୟୁକେର ଡର୍ବିସାୟରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଦମ୍ପତି କାରରେ ଶାରୀରିକ ସମ୍ପର୍କ ରଖିବା ସମୟରେ ଫସି ଯାଇଥିଲେ । ଶୂନଶାନ୍ ଅଞ୍ଚଳରେ କାର ଭିତରେ ଏହି ଦମ୍ପତି ଶାରୀରିକ ସମ୍ପର୍କ ରଖୁଥିଲେ, ହଠାତ୍ ହ୍ୟାଣ୍ଡବ୍ରେକ୍ ଚାପି ହୋଇଯିବାରୁ କାରଟି ଓଲଟି ପଡି ଏକ ଛୋଟ ପାହାଡ ତଳକୁ ଖସିପଡିଥିଲା । ସୂଚନା ଅନୁଯାୟୀ. ଶୂନଶାନ୍ ରାସ୍ତାରେ ଏକ ଦମ୍ପତି କାରରେ ଶାରୀରିକ ସମ୍ପର୍କ ରଖିଥିବା ବେଳେ ଏହି ଘଟଣା ଘଟିଥିଲା । ହ୍ୟାଣ୍ଡବ୍ରେକ୍ ଚାପି ହୋଇଯିବାରୁ କାରଟି ଛୋଟ ପାହାଡ ତଳକୁ ଖସି ପଡିଥିଲା । ରାତି ସମୟ ହୋଇଥିବାରୁ ରାସ୍ତାଟି ନିଛାଟିଆ ଥିଲା । ଓଲଟି ପଡିଥିବା କାର ଭିତରେ ଦମ୍ପତି ଲକ୍ ହୋଇଗଲେ । ବାହାରକୁ ବାହାରିବାକୁ ଅନେକ ଚେଷ୍ଟା ପରେ ବି ସଫଳ ହୋଇନଥିଲେ । ଗାଡ଼ି ଏପରି ଭାବେ ଓଲଟିଥିଲା ଯେ, ସେମାନଙ୍କର ବାହାରିବା କଷ୍ଟକର ହୋଇପଡିଥିଲା । କିନ୍ତୁ ସୌଭାଗ୍ୟବଶତଃ ସେହି ସମୟରେ ଡର୍ବିସାୟର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେ ଦମ୍ପତିଙ୍କୁ ଉଦ୍ଧାର କରି କାର ଭିତରୁ ବାହାରକୁ ଆଣିଥିଲେ । ଏହି ଦୁର୍ଘଟଣା ଏବେ ଶୋସିଆଲ ମିଡିଆରେ ଡେର୍ ଭାଇରାଲ ହେବାର ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking