31.1 C
Bhubaneswar
Friday, March 29, 2024
Homeଓଡିଶାଅନୁଗୋଳ ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ, ‘ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର...

ଅନୁଗୋଳ ଆଠମଲ୍ଲିକରେ ‘ଗରିବ କଲ୍ୟାଣ ସମାବେଶ’ରେ କେନ୍ଦ୍ରମନ୍ତ୍ରୀ, ‘ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ’

ଆଠମଲ୍ଲିକ: ଆଠମଲ୍ଲିକରେ ବିଶାଳ ଜନସଭା ଆଠମଲ୍ଲିକ ନାଗରିକଙ୍କର ପ୍ରଧାନମନ୍ତ୍ରୀଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ଭଲ ପାଇବାର ବଡ ପ୍ରମାଣ ଦେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଆଠମଲ୍ଲିକ ଓ ଓଡ଼ିଶାର ବିକାଶ ହେବ । ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ ହିଁ ଓଡ଼ିଶାର ପ୍ରଗତି ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣର ୯ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗଦେଇ ପ୍ରଧାନ କହିଛନ୍ତି ଯେ ମୋଦି ସରକାରରେ ଗରିବ କଲ୍ୟାଣ ମୂଳମନ୍ତ୍ର ହୋଇଛି । ବିଶ୍ୱରେ ଭାରତର ନାଁ ପୁନଃସ୍ଥାପିତ ହୋଇଛି । ସବକା ସାଥ୍-ସବକା ବିକାଶ-ସବକା ବିଶ୍ୱାସ-ସବକା ପ୍ରୟାସ ମନ୍ତ୍ରରେ ଓଡ଼ିଶା ଓ ଭାରତର ପ୍ରଗତି ଗତିଶୀଳ ହେଉଛି । ମୋଦିଜୀଙ୍କ ନେତୃତ୍ୱରେ ଦେଶର ବିକାଶ ଓ ଅର୍ଥନୀତି ନୂଆ ଉଚ୍ଚତାରେ ପହଞ୍ଚିଛି ଓ ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ ହୋଇଛି ।

ପଞ୍ଚଦଶ ଅର୍ଥ କମିଶନ, ଖଣି ରାଜସ୍ୱ, ଡିଏମଏଫ, ଜାତୀୟ ରାଜପଥ, ରେଳପଥ, ବିମାନବନ୍ଦର, ଡିଜିଟାଲ ଇଣ୍ଡିଆରେ ଓଡ଼ିଶାକୁ ମୋଦି ସରକାରଙ୍କ ପକ୍ଷରୁ ବ୍ୟାପକ ଅନୁଦାନ ମିଳିଛି । ପଞ୍ଚଦଶ ଅର୍ଥ କମିଶନରେ ଓଡ଼ିଶା ୨.୨୨ ଲକ୍ଷ କୋଟି ଟଙ୍କା ପାଇଛି । କଂଗ୍ରେସ ସରକାରରେ ଓଡ଼ିଶା ଖଣି କ୍ଷେତ୍ରରେ ବାର୍ଷିକ ୫ ହଜାର କୋଟି ଟଙ୍କା ରାଜସ୍ୱ ଆକାରରେ ପାଉଥିବା ବେଳେ ଆଜି ପ୍ରଧାନମନ୍ତ୍ରୀଙ୍କ ଖଣି ନୀତିରେ ସୁଧାର କାରଣରୁ ଓଡ଼ିଶା ବାର୍ଷିକ ୫୦ ହଜାର କୋଟି ଟଙ୍କା ପାଉଛି । ଜିଏସଟି ସଂଗ୍ରହରେ ଓଡ଼ିଶାକୁ ୨୦୨୨-୨୩ ଆର୍ଥିକ ବର୍ଷରେ ୪୯ ହଜାର ୪୪୨ କୋଟି ମିଳିଛି । କୋଭିଡ୍ ସମୟରେ ଓଡ଼ିଶାକୁ ୮.୧୫ କୋଟି ଟିକା ମାଗଣାରେ ଦିଆଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking