ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ : ରାଜ୍ୟ ସରକାର ଗରିବ ଅସହାୟ ଲୋକମାନଙ୍କ ନିମନ୍ତେ ମାଳ ମାଳ ଯୋଜନା । ଏବେବି ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ ଦି ମୁଠା ଖାଇ ପାରୁନାହାନ୍ତି । ଜାମୁଚକଡା ଗ୍ରାମର ବୃଦ୍ଧ ଶୁକର ପଧାନ ସରକାରୀ ସହାୟତା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଳିଥିବା ସୁଚନାରୁ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଜାମୁଚକଡା ଗ୍ରାମର ଶୁକର ପଧାନ । ତାଙ୍କ ବୟସ ପାଖାପାଖି ୯୦ ହେଲାଣି । ତାଙ୍କର ପୁଓ ଓ ଝିଅ ବିଭାଘର ପରେ ଜେଝା ବାଟରେ ଚାଲିଯାଇନ୍ତି ।

ତେବେ ବୃଦ୍ଧଙ୍କ ସ୍ତ୍ରୀ ଦିର୍ଘ ୧୨ ବର୍ଷ ତଳେ ଆରପାରିକୁ ଚାଲି ଯାଇଛନ୍ତି । ଏକାକି ବୃଦ୍ଧ ଜୀବନର ଶେଷ ସମୟରେ ଭଙ୍ଗା ଦଦରା ଘରେ ଭୋକ ଉପାସରେ ପଡିରହଛନ୍ତି । ଘର ଦ୍ୱାର ଭାଙ୍ଗି ଯିବା ଫଳରେ ରହିବା ପାଇଁ ବାର ଦୁଆର ହେବାକୁ ପଡୁଛି ବୃଦ୍ଧ ଶୁକର ପଧାନଙ୍କୁ । ଜୀବନର ଶେଷ ସମୟରେ ଆଖିକୁ ଦେଖା ନଯିବାରୁ ସେ ଅନ୍ୟର ସାହାର୍ଯ୍ୟ ଲୋଡୁଛନ୍ତି । ମୈାଳିକ ସୁବିଧାରୁ ବଚିଂତ ରହି ଏକାକି ବହୁ କଷ୍ଟରେ ଜୀବନ ବିତାଉଛନ୍ତି ସେ । ଶେଷରେ ଗ୍ରାମର ଜଣେ ବ୍ୟକ୍ତିଙ୍କ ସହଯୋଗରେ ସରକାରୀ ସହାୟତା ପାଇବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ନିଜର ଦୁଃଖ ବଖାଣିଛନ୍ତି ବୃଦ୍ଧ ।

LEAVE A REPLY

Please enter your comment!
Please enter your name here