22.1 C
Bhubaneswar
Sunday, January 23, 2022
Homeଓଡିଶାପାଠପଢା ବୟସରେ ଲଦିହୋଇଛି ପରିବାର ବୋଝ

ପାଠପଢା ବୟସରେ ଲଦିହୋଇଛି ପରିବାର ବୋଝ

ଢେଙ୍କାନାଳ: ଦୁଦିଆର ରୀତିନୀତିକୁ ଜାଣିବା ପୁର୍ବରୁ ବାପା ମା ହାତ ଛାଡି ଚାଲିଯାଇଥିଲେ । ପାଠପଢା ବୟସରେ ଲଦି ହୋଇଯାଇଥିଲା ପରିବାରର ବୋଝ । ଖାତାକଲମ ଧରୁଥିବା କୋମଳ ହାତରେ ଏବେ ଇଟା-ପଥର, କୋଡି-ଶାବଳ ଧରିବାକୁ ପଡୁଛି । ପେଟପୋଷିବା ପାଇଁ ମଧ୍ୟ ଟଲି ଟାଣି ପଇବା ରୋଜଗାର କରିବାକୁ ପଡୁଛି । ଦୁଇ ଭଉଣୀକୁ ଖୁସିରେ ରଖିବା ପାଇଁ ଦିନରାତିକୁ ଏକ କରି କାମ କରିଚାଲିଛି ଏହି ୧୧ ବର୍ଷର ବାଳକ । ଏଭଳି ଏକ ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ୍ ଅନ୍ତର୍ଗତ ମାର୍ଥାପୁର ପଂଚାୟତର ନୁଆସାହିରେ । ମିଳିଥିବା ସୁଚନା ମୁତାବକ, କିଛି ବର୍ଷ ପୁର୍ବେ ବଳରାମ ସେଠୀଙ୍କ ପରିବାର ହସଖୁସିରେ ପୁରି ଉଠିଥିଲା । ପତ୍ନୀ କୁନି ଓ ତିନି ପିଲାଙ୍କୁ ବେଶ୍ ଖୁସିରେ ଚଳୁଥିଲେ । ଦିନମଜୁରୀ କରି ଯାହା ଦିପଇସା ରୋଜଗାର ହେଉଥିଲା ସେଥିରୁ ସେମାନେ ଚଳିଯାଉଥିଲେ। ତିନି ପିଲାଙ୍କୁ ପାଠ ପଢାଇ ଉଚ୍ଚ ଶିକ୍ଷିତ କରିବେ ବୋଲି ଆଶା ରଖିଥିଲେ ବଳରାମ । କିନ୍ତୁ ଭଗବାନ ନିଷ୍ଠୁର ହୋଇଗଲେ ।

ମାତ୍ର ତିନି ବର୍ଷ ପୁର୍ବେ ବଳରାମଙ୍କ ପତ୍ନୀ କର୍କଟ ରୋଗରେ ପୀଡିତ ହୋଇଥିଲେ । କିଛି ଦିନ ପରେ କୁନି ଆରପାରିକୁ ଚାଲିଯାଇଥିଲେ । ପତ୍ନିକୁ ଝୁରିଝୁରି ମାନସୀକ ଭାରସମ୍ୟ ହରାଇ ବସିଲେ ବଳରାମ । ଚିକିତ୍ସା ଅଭାବରୁ ସେ ମାନସିକ ବିକାରଗ୍ରସ୍ତ ହୋଇଗଲେ । ୮ ମାସ ହେଲା ସେ କେଉଁ ଚାଲିଯାଇଛନ୍ତି । ମାତ୍ର ସବୁଆଡେ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୈାଣସି ଖବର ମିଳୁନାହିଁ । ତିନି ନାବାଳିକା ଭାଇଭଉଣୀ ଏବେ ବେସାହାରା ହୋଇ ପଡିଛନ୍ତି । ଭଙ୍ଗା ଦଦରା ଘରେ ଭୋକ ଉପାସରେ ଏବେ ଦିନକାଟୁଛନ୍ତି । ବର୍ଷା ଦିନେ ଗ୍ରାମରେ ଥିବା କୋଠଘର ବାରଣ୍ଡାରେ ଦିନ କାଟୁଛନ୍ତି ଭାଇ ଭଉଣୀ ।

ବଡଭଉଣୀ ଦଶମ ପଢି ସାରିଥିବା ବେଳେ ଅର୍ଥ ଅଭାବରୁ ସେ ଉଚ୍ଚଶିକ୍ଷା କରିପାରୁନାହିଁ । ଅନ୍ୟ ଭଉଣୀ ଜଣଙ୍କ ଅଷ୍ଟମ ଶ୍ରେଣୀରେ ପଡୁଛି ଓ ସାନ ଭାଇ ଷଷ୍ଠରୁ ଭଉଣୀ ଦୁଇ ଜଣଙ୍କୁ ଖୁସିରେ ରଖିବା ପାଇଁ ଖାତାକଲମ ଧରିବା ହାତରେ କାମ କରିବାକୁ ପଡୁଛି । ସେ କାମ କରି ଦିନକୁ ଯେଉଁ ପଇସା ରୋଜଗାର କରିଥାଏ କଷ୍ଟେମଷ୍ଟେ ଚଳିଯାଉଛନ୍ତି । ବହୁ ବର୍ଷ ପୁର୍ବେ ଖଣ୍ଡେ ଇନ୍ଦିରା ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡେ ମିଳିଥିଲା କିନ୍ତୁ ତାହା ଅସମ୍ପୁର୍ଣ୍ଣ ହୋଇ ପଡିରହିଛି । ଗ୍ରାମବାସୀ ମାନେ ଅସହାୟ ଭାଇଭଉଣୀ ମାନଙ୍କୁ ସରକାରୀ ସ୍ତରରେ ସହାୟତା ଯୋଗାଇ ଦେବା ପାଇଁ ମାର୍ଥାପୁର ଗ୍ରାମବାସୀ ଗୁହାରୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking