30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶ୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

୬୦ ବର୍ଷ ବୟସରେ ପୁଣି ଥରେ ବାହା ହେଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ: ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ ସହ ମେ ୨୫ ତାରିଖ, ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବହୁ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁଣି ଥରେ ରୁପାଲିଙ୍କ ପ୍ରେମରେ ପାଗଳ ହୋଇଛନ୍ତି । ଜାତୀୟ ପୁରସ୍କାର ବିଜେତା ଅଭିନେତା ଆଶିଷ ବିଦ୍ୟାର୍ଥୀ ପୂର୍ବରୁ ଅଭିନେତ୍ରୀ ଶକୁନ୍ତଳା ବରୁଆଙ୍କ ଝିଅ ରାଜୋଶୀ ବରୁଆଙ୍କୁ ବିବାହ କରିଥିଲେ । ଗୌହାଟିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍ ଷ୍ଟୋର ସହ ଜଡ଼ିତ ଅଛନ୍ତି । ଆଶିଷ ଓ ରୁପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ଦୁଇଟି ସଂସ୍କୃତି- କେରଳ ଓ ଆସାମର- ଏକ ମିଶ୍ରଣ ଥିଲା । ବିବାହ ନିମନ୍ତେ ଆସାମୀ ଲଳନା ରୁପାଲି ସକାଳ ସାଢ଼େ ୬ଟାରେ ପ୍ରସ୍ତୁତ ହେବା ଆରମ୍ଭ କରିଥିଲେ ଏବଂ କେରଳ ବାସିନ୍ଦା ଆଶିଷ ଧଳା ଓ ସୁନା ମୁଣ୍ଡୁ ସହିତ ଏକ ସୁନ୍ଦର ଧଳା ମେଖେଲା ପିନ୍ଧି ନିଜକୁ ସଜାଇଥିଲେ । ଅଭିନେତା ଆଶିଷ ନିଜର ୬୦ ବର୍ଷ ବୟସରେ ବିବାହ ସଂପର୍କରେ ତାଙ୍କର ଭାବନା ଗଣମାଧ୍ୟମ ସହ ବାଣ୍ଟିଥିଲେ ।

ସେ କହିଥିଲେ, ‘ମୋ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ । ସକାଳେ ଆମର କୋର୍ଟ ମ୍ୟାରେଜ୍ ହୋଇଥିଲା ଏବଂ ସନ୍ଧ୍ୟାରେ ପାରମ୍ପରିକ ରୀତରେ ବିବାହ ହେଲା ବୋଲି ଆଶିଷ କହିଛନ୍ତି । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଉତ୍ସାହିତ କରିଛି, କିଛି ଲୋକ ଭାବୁଛନ୍ତି ଯେ ଦୁହେଁ କିପରି ସାକ୍ଷାତ କଲେ କିଛି ତଥ୍ୟ ଦେଇ ଏ ସଂପର୍କରେ ଫ୍ୟାଶନ ଉଦ୍ୟୋଗୀ ରୁପାଲି କହିଛନ୍ତି, ‘ଆମେ କିଛି ସମୟ ପୂର୍ବରୁ ଭେଟିଥିଲୁ ଏବଂ ଆମ ସଂପର୍କକୁ ଆଗକୁ ନେବାକୁ ନିଷ୍ପତ୍ତି ନେଇଥିଲୁ । କିନ୍ତୁ ଆମେ ଦୁହେଁ ଚାହୁଁଥିଲୁ ଯେ ଆମ ବିବାହ ଏକ ଛୋଟ ପାରିବାରିକ ଉତ୍ସବ ହେଉ । ବଲିଉଡରେ ଖଳନାୟକ ଭୂମିକା ପାଇଁ ଜଣାଶୁଣା ଆଶିଷ ବିଦ୍ୟାର୍ଥୀ ଭାରତୀୟ ସିନେମାରେ ଅନେକ ଫିଲ୍ମରେ କାମ କରିଛନ୍ତି । ୧୯୬୨ ମସିହା ଜୁନ୍ ୧୯ ତାରିଖରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଏହି ଅଭିନେତା । ପରେ ୧୯୮୬ ମସିହାରୁ ଆରମ୍ଭ ହୋଇଥିବା ଅଭିନୟ କ୍ୟାରିୟରରେ ଆଶିଷ ବିଦ୍ୟାର୍ଥୀ ଅନେକ ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟଲମ, ଇଂରାଜୀ, ଓଡ଼ିଆ, ମରାଠୀ ଏବଂ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୧୧ଟି ଭିନ୍ନ ଭିନ୍ନ ଭାଷାର ପ୍ରାୟ ୩୦୦ ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking