ଭୁବନେଶ୍ୱର : ଆଜି ଅପରାହ୍ନ ୩ ଟାରେ ହୀରାକୁଦ ଗେଟ ସମ୍ପର୍କରେ ନିଷ୍ପତ୍ତି । ଆଉ କେତେ ଗେଟ ଖୋଲାଯିବ ୩ ଟାରେ ନିଆଯିବ ନିଷ୍ପତ୍ତି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା । ଏବେ ହୀରାକୁଦକୁ ୭.୮୮ ଲକ୍ଷ ପଶୁଛି । ୪.୪୫ ଲକ୍ଷ ବାହାରୁଛି । ଏବେ ୨୬ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ଆଉ କେତେ ଗେଟ ଖୋଲାଯିବ ସମୀକ୍ଷା କରାଯାଉଥିବା କହିଛନ୍ତି ଏସଆରସି । ହୀରାକୁଦ ରେ ଜଳ ସ୍ତର ବଢୁଛି । ୬୨୬ ଫୁଟ ଟପିଲା ଜଳସ୍ତର । ଦିନ ୧୨ ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୨୬ .୦୮ ଫୁଟ୍ । ବର୍ତ୍ତମାନ ୨୬ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ । ଗତକାଲି ୩୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ବନ୍ୟା ସମୀକ୍ଷା ବୈଠକ ପରେ ୮ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେପଟେ ଆସନ୍ତା ୩ ଘଣ୍ଟା ମଧ୍ୟରେ ପିକ୍ ଛୁଇଁବ ବନ୍ୟା । ତେଣୁ ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି। କଟକ ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ଟପିଛି। ମୁଣ୍ଡଳିରେ ମହାନଦୀ ବିପଦ ସଙ୍କେତ ୯୭.୨୫ ଫୁଟ୍ ଥିବା ବେଳେ ଏବେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।