29.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକରୋନା ରୋଗୀଙ୍କୁ ଅଷ୍ଟ୍ରାଜେନିକାର ଶକ୍ତ ଝଟକା

କରୋନା ରୋଗୀଙ୍କୁ ଅଷ୍ଟ୍ରାଜେନିକାର ଶକ୍ତ ଝଟକା

ନୂଆଦିଲ୍ଲୀ: ଏଷ୍ଟ୍ରାଜେନେକା ର ଡାଇବେଟିସ ପାଇଁ ପ୍ରସ୍ତୁତ କରାଯାଇଥିବା ସର୍ବଶ୍ରେଷ୍ଠ ମେଡିସିନ କୋଭିଡ ୧୯ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଚିକିତ୍ସା କରିବାରେ ସଫଳ ହୋଇନାହିଁ । ବ୍ରିଟିଶ କମ୍ପାନୀ ନିର୍ମାତା ସୋମବାର କହିଥିଲେ ଯେ, ତାର ଡାଇବେଟିସ ମେଡିସିନ ଫୋର୍ସିଗ ହସ୍ପିଟାଲରେ ଭର୍ତ୍ତି କୋଭିଡ ୧୯ ରୋଗୀଙ୍କ ଚିକିତ୍ସା କରିପାରିନାହିଁ । ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣର ଆରମ୍ଭରୁ ଜଣାପଡିଥିଲା ଯେ ଗମ୍ଭୀର ଭାବରେ ଆକ୍ରାନ୍ତ ରୋଗୀଙ୍କ ଉପରେ ଏହାର ପ୍ରଭାବ ପଡିନାହିଁ ।
ପରୀକ୍ଷଣରେ ସାମିଲ ହୋଇଥିବା ରୋଗୀଙ୍କୁ ହାଇପରଟେନସନ, ହୃଦରୋଗ ସମ୍ବନ୍ଧୀୟ ରୋଗ ଓ ହାର୍ଟ ଫେଲ୍ୟୁର, ଟାଇପ-୨ ଡାଇବେଟିସ କିମ୍ବା ପୁରୁଣା କିଡନୀ ରୋଗ ରହିଥିଲା ।
କମ୍ପାନୀର ଅନ୍ୟ ଚିକିତ୍ସା ମଧ୍ୟରୁ ଗୋଟିଏ ଆଣ୍ଟିବଡି କକଟେଲ ଏଜେଡଡି୭୪୪୨ ରହିଛି । ରୋଗ ରୋକିବା ବଦଳରେ ଚିକିତ୍ସା କରିବା ପାଇଁ ପ୍ରସ୍ତୁତ କରାଯାଇଛି । କୋଭିଡ ୧୯ ପାଇଁ ଚିକିତ୍ସା ମାନବ ପରୀକ୍ଷଣର ଅନ୍ତିମ ପର୍ଯ୍ୟାୟରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking