ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

ମୟୁରଭଞ୍ଜ : ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ । ବାରିପଦା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସ ଟିମ୍ ନେତୃତ୍ବରେ ଏକାକାଳୀନ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ଭିଜିଲାନ୍ସ ଟିମ୍ ଏକା ସାଙ୍ଗରେ ୧୨ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ।

ସନ୍ତୋଷଙ୍କ ବାରିପଦା ସ୍ଥିତ କାର୍ଯ୍ୟାଳୟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ୱାଲିଗଞ୍ଜ ସ୍ଥିତ ଭଡାଘର, ଭଞ୍ଜପୁର ସ୍ଥିତ ବାସସ୍ଥାନ, ବାଲିଆପାଳର ଭୋଗରାଇ ସ୍ଥିତ ପୈତୃକ ଘର, ବାଲେଶ୍ଵର, ଭଦ୍ରକ, ଭୁବନେଶ୍ୱର ସହିତ ଓ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ତେବେ ଦୀର୍ଘ ଆଠ ବର୍ଷ ଧରି ସନ୍ତୋଷ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଛନ୍ତି । ଠିକାଦାରଙ୍କ ଜାଲ ଦସ୍ତଖତକୁ ନେଇ ଅନେକ ସମୟରେ ସନ୍ତୋଷ ଟଙ୍କା ଉଠାଇ ନେଇଥିବା ଅନେକ ଠିକାଦାର ଅଭିଯୋଗ ଆଣିଥିଲେ।

LEAVE A REPLY

Please enter your comment!
Please enter your name here