ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ୱରର ରାସ୍ତା ଓ କୋଠା ବାଡି ଡିଭିଜନର ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢଉ କରାଯାଇଛି । ଏହି ଚଢାଉରେ ୭ ଜଣ ଡିଏସପି ୫ ଜଣ ଇନ୍ସପେକ୍ଟର ୧୧ ଜଣ ଏଏସଆଇ ନିୟୋଜିତ ଅଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍ ଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢାଉ କରିଛି ଦୁର୍ନୀତି ନିବାରଣ ବିଭାଗ । ଭୁବନେଶ୍ୱର ଏବଂ ନୟାଗଡର ୧୦ଟି ସ୍ଥାନରେ ଏହି ଚଢାଉ କରାଯାଇଛି । ଭୁବନେଶ୍ୱର ନୀଳାଦ୍ରି ବିହାରରେ ଥିବା ତିନି ମହଲା କୋଠା କସେ୍ମୋ ପଲିସିରେ ଥିବା ଫ୍ଲାଟ ଏବଂ ପାହାଳର ସିମ୍ଫୋନୀ ମଲ ଥିବା ଦୋକାନ ଘର ନୟାଗଡ ଜଗନ୍ନାଥ ପ୍ରସାଦରେ ଥିବା ପୈତୃକ ଘର , ଅଫିସ ଚାମ୍ବରରେ ଭିଜିଲାନ୍ସ ଚଢାଉ କରିଛି ।










