40.1 C
Bhubaneswar
Thursday, April 25, 2024
Homeଓଡିଶାକଟକଣାରେ ଚାଲିବ ବିଧାନସଭା, ପ୍ରଶ୍ନକାଳ ରହିବନି,ଲୋକସଭା ଢ଼ାଞ୍ଚାରେ ଚାଲିବ

କଟକଣାରେ ଚାଲିବ ବିଧାନସଭା, ପ୍ରଶ୍ନକାଳ ରହିବନି,ଲୋକସଭା ଢ଼ାଞ୍ଚାରେ ଚାଲିବ

ଭୁବନେଶ୍ୱର : ଆସନ୍ତା ୨୮ତାରିଖରୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ ହେବାକୁ ଯାଉଛି । ସମ୍ପୂର୍ଣ୍ଣ ଲୋକସଭା ଢ଼ାଞ୍ଚାରେ ଅଧିବେଶନର କାର୍ଯ୍ୟକ୍ରମ ଚାଲିବ । କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମାନୁସାରେ ଅନ୍ୟସବୁ ରହିବ । ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ, କଲିଂ ଆଟେନସନ୍ ରହିବ । ବସିବା ପାଇଁ ବିଧାୟକମାନେ ୪ଫୁଟ୍ ଦୂରତା ବଜାୟ ରଖିବେ । ସଂସଦଭଳି ବିଧାୟକଙ୍କ ସିଟ୍ ସାମ୍ନାରେ ସିଲ୍‌ଡ କାଚ କରାଯାଇଛି । ଯେଉଁ ବରିଷ୍ଠ ବିଧାୟକମାନେ ଆସିବେନି, ଆଗୁଆ ସୂଚନା ଦେବେ । ନିଜ ଘର, ଜିଲ୍ଲା ମୁଖ୍ୟାଳୟ କିମ୍ବା ଓକାକରେ ଭିସିରେ ବସି ପାରିବେ । ସବୁ ଗଣମାଧ୍ୟମର ଗୋଟିଏ ଟିମ୍‌କୁ ଅନୁମତି ମିଳିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking