34.1 C
Bhubaneswar
Thursday, April 25, 2024
Homeଓଡିଶା୩୦ରେ ସରିବ ବିଧାନସଭା ଅଧିବେଶନ,ସାଇନଡାଏ ହେବ କି ମୁଳତବୀ କରାଯିବ ଚାଲିଛି ବିଚାର

୩୦ରେ ସରିବ ବିଧାନସଭା ଅଧିବେଶନ,ସାଇନଡାଏ ହେବ କି ମୁଳତବୀ କରାଯିବ ଚାଲିଛି ବିଚାର

ଭୁବନେଶ୍ୱର : କରୋନା ଭୂତାଣୁ ପ୍ରଭାବରେ ସ୍ଥଗିତ ଥିବା ବିଧାନସଭାର ବଜେଟ୍ ଅଧିବେଶନ ଆସନ୍ତା ୩୦ତାରିଖରେ ଶେଷ ହେବ ବୋଲି ସୂଚନା ମିଳିଛି । ସେହି ଗୋଟିଏ ଦିନ ଅଧିବେଶନ ବସି ବିଧାନସଭାର ସବୁ ଜରୁରୀ କାର୍ଯ୍ୟ ଶେଷ କରାଯିବ । ସେହିଦିନ ସବୁ ବିଭାଗର ଖର୍ଚ୍ଚ ଦାବୀ ଗୃହିତ କରାଯିବ ଓ ଏହା ପରେ ବଜେଟକୁ ପାସ୍ କରାଯିବ । କୌଣସି ପ୍ରଶ୍ନୋତ୍ତର କାର୍ଯ୍ୟ ବନ୍ଦ ରହିବ ।
ହେଲେ ବିଧାନସଭା ଅଧିବେଶନକୁ ସାଇନଡାଏ କରାଯିବ କି ମୂଲତବୀ କରାଯିବ ସେ ନେଇ ବିଚାର ବିମର୍ଷ ଜାରି ରହିଛି ।ସାଇନଡାଏ ନିଷ୍ପତି ହେଲେ ପୁଣି ଥରେ ଅଧିବେଶନ ଡ଼ାକିବା ପାଇଁ ରାଜ୍ୟପାଳଙ୍କ ଅନୁମତି ନେବାକୁ ପଡ଼ିବ । କିନ୍ତୁ ଗୃହକୁ ମୂଳତବୀ ରଖାଗଲେ ବାଚସ୍ପତି ଯେକୌଣସି ସମୟରେ ଅଧିବେଶନ ଡ଼ାକିପାରିବେ । ବର୍ତମାନ ଯେଉଁ ପରିସ୍ଥିତି ରହିଛି ସେ ସ୍ଥିତି ସୁଧୁରିଲେ ଯେଉଁ ସବୁ ସରକାରୀ କାର୍ଯ୍ୟକ୍ରମ ରହିଛି ଓ ବିଧାନସଭା ଅଧିବେଶନର ଯେଉଁ ଅବଶିଷ୍ଟ କାର୍ଯ୍ୟ ଦିବସ ରହିଛି ତାହା ଯେକୌଣସି ସମୟରେ ବିଧାନସଭା ଡ଼କାଯାଇପାରିବ ।
କରୋନା ଭାଇରସ୍ ପାଇଁ ସରକାର ରାଜ୍ୟ ବିପର୍ଯୟ ଭାବେ ଘୋଷଣା କରିବା ପରେ ବିଧାନସଭା ଅଧିବେଶନକୁ ୨୯ତାରିଖ ଯାଏଁ ମୁଳତବି ରଖାଯାଇଥିଲା । ୩୦ ତାରିଖରେ ଅଧିବେଶନ ବସିବ । ସେଦିନ ବିଭିନ୍ନ ବିଭାଗର ଖର୍ଚ୍ଚ ଦାବୀ ଗିଲୋଟିନ୍ ମାଧ୍ୟମରେ ଗୃହୀତ କରାଯିବ । ଏହା ପରେ ପରେ ବ୍ୟୟ ମଞ୍ଜୁରୀ ବିଲ୍ ଅଣାଯାଇ ସେହିଦିନ ଗୃହୀତ କରାଯିବ ।
ମାର୍ଚ୍ଚ ୩୧ରେ ବ୍ୟୟ ମଞ୍ଜୁରୀ ବିଲ୍ ଗୃହୀତ କରିବା ପାଇଁ ବିଧାନସଭା ପକ୍ଷରୁ ଅଧିବେଶନ ପାଇଁ ଜାରି ବିଜ୍ଞପ୍ତିରେ ଦର୍ଶଯାଇଥିଲା । କିନ୍ତୁ ଏବେ କରୋନା ଭାଇରସ୍ ପାଇଁ ଲଗ ଡାଉନ୍ ଘୋଷଣା କରାଯାଇଥିବାରୁ ଗୃହର ଅଧିବେଶନକୁ କାଣ୍ଟଛାଟ କରାଯିବ । ଗୃହର ଅନୁମୋଦନ ନେଇ ଜରୁରୀ ପରିସ୍ଥିତିରେ ଅଧିବେଶନ କାର୍ଯ୍ୟକୁ ସିମିତ ରଖାଯିବ । ୩୦ତାରିଖ ଦିନ ଅଳ୍ପ ସମୟ ପାଇଁ ଏବଂ ଅଳ୍ପ ସଂଖ୍ୟକ ବିଧାୟକଙ୍କ ଉପସ୍ଥିତିରେ ବିନା କିଛି ଆଲୋଚନାରେ ବଜେଟ୍ ଗୃହୀତ କରିବାର ଯୋଜନା ରଖାଯାଇଥିବା ଜଣାପଡ଼ିଛି । ବିରୋଧୀ ବିଧାନସଭା ମୁଲତବୀ ଚାହୁଁଛନ୍ତି ଓ ସାଇନଡାଏକୁ ଗ୍ରହଣ କରୁନଥିବା କୁହାଯାଉଛି ।
ପାର୍ଲିଆମେଣ୍ଟ ଅଧିବେଶନକୁ ମଧ୍ୟ ବଜେଟ୍ ଗୃହୀତ ପରେ ବନ୍ଦ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶକୁ ୨୧ଦିନ ପର୍ଯ୍ୟନ୍ତ ଲଗଡାଉନ୍ ଘୋଷଣା କରିଛନ୍ତି । ଘରୁ କେହି ନବାହରିବା ପାଇଁ ନିବେଦନ କରିଛନ୍ତି । କେବଳ ଜରୁରୀ ସେବାର ଅଧିକାରୀ ଓ କର୍ମଚାରୀଙ୍କୁ ଛାଡ଼ି ଅନ୍ୟ କେହି ବାହାରକୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏକ୍ଷେତ୍ରରେ ବିଧାୟକମାନେ ଆସିବା ସମସ୍ୟା ହେବ । ସେଥିପାଇଁ ଅଳ୍ପ ବିଧାୟକଙ୍କ ଉପସ୍ଥିତିରେ କାର୍ଯ୍ୟ ସାରିବାକୁ ପଦକ୍ଷେପ ନିଆଯିବ ବୋଲି ଯୋଜନା ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking