34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସର୍ବସାଧାରଣଙ୍କ ପାଇଁ ସିଲ୍ ହେଲା ବିଧାନସଭା ରାସ୍ତା

ସର୍ବସାଧାରଣଙ୍କ ପାଇଁ ସିଲ୍ ହେଲା ବିଧାନସଭା ରାସ୍ତା

ଭୁବନେଶ୍ୱର : ସର୍ବସାଧାରଣଙ୍କ ପାଇଁ ବିଧାନସଭା ରାସ୍ତାକୁ ବନ୍ଦ କରି ଦେଇଛି କମିଶନରେଟ୍ ପୁଲିସ୍। ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏଁ ରାସ୍ତାକୁ ପୁଲିସ୍ ସିଲ୍ କରି ଦେଇଛି। ସପ୍ତାହେ ମଧ୍ୟରେ ବାରମ୍ବାର ଆତ୍ମାହୁତି ଉଦ୍ୟମ ଯୋଗୁ କମିଶନରେଟ୍ ପୁଲିସ ପକ୍ଷରୁ ଏଭଳି କଟକଣା ଲାଗୁ କରାଯାଇଛି। ବ୍ୟାଗ୍ ଧରି ଯାଉଥିବା ଲୋକଙ୍କ ଉପରେ ପୁଲିସର କଡା ନଜର । ଜୟଦେବ ଭବନରୁ ରବୀନ୍ଦ୍ର ମଣ୍ଡପ ଯାଏ ବିଧାନସଭା ସାମ୍ନା ରାସ୍ତାକୁ ସର୍ବସାଧାରଣଙ୍କ ପାଇଁ ସିଲ୍ କରି ଦିଆଯାଇଛି। ଏହି ରାସ୍ତାରେ ଯିବା ଆସିବା ଉପରେ କଟକଣା ଲଗା ଯାଇଛି। ଜନସାଧାରଣକୁ ଏହି ରାସ୍ତା ବଦଳରେ ଜୟଦେବ ଭବନରୁ ଆଇଜି ପାର୍କ ରାସ୍ତାରେ ଯିବାକୁ କୁହାଯାଇଛି। ଗତକାଲି ଜଗତସିଂହପୁର କୁଜଙ୍ଗର ମା’ ପୁଅ, ଏହା ପୂର୍ବରୁ ଜଣେ ଚାଷୀ ଓ ତା ଆଗରୁ ପରୀର ମା’ବାପା ଆତ୍ମାହୁତି ଉଦ୍ୟମ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking