34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସୁକିନ୍ଦା ବିଧାୟକ ଇ ପ୍ରିତିରଞ୍ଜନ ଘଡ଼ାଇ ବିଧାନସଭାରେ ଉଠାଇଲେ ନୀଳାଚଳ ଇସ୍ପାତ ନିଗମ ବିଷୟ

ସୁକିନ୍ଦା ବିଧାୟକ ଇ ପ୍ରିତିରଞ୍ଜନ ଘଡ଼ାଇ ବିଧାନସଭାରେ ଉଠାଇଲେ ନୀଳାଚଳ ଇସ୍ପାତ ନିଗମ ବିଷୟ

ଯାଜପୁର: ସୁକିନ୍ଦା ବିଧାୟକ ଇ ପ୍ରିତିରଞ୍ଜନ ଘଡ଼ାଇ ବିଧାନସଭାରେ ନୀଳାଚଳ କାରଖାନାର କର୍ମଚାରୀମାନଙ୍କ ଦରମା ସମ୍ପର୍କରେ ଉପସ୍ଥାପନ କଲେ ।
ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପପାଞ୍ଚଳ ଥିବା ନୀଳାଚଳ ଇସ୍ପାତ ନିଗମର କର୍ମଚାରୀ ମାନେ 7ମାସ ର ଦରମା ପାଇଁ ନାହାନ୍ତି । କର୍ମଚାରୀ ଓ ଶ୍ରମିକ ଦରମା ଦାବୀ କରି ଧର୍ମ ଘଟ ଜାରି ରଖିଛନ୍ତି । ନ୍ୟାୟଳୟ ଆଶ୍ରୟ ନେଇଥିଲେ ଦରମା ଦେବା ପାଇଁ । ନ୍ୟାୟଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନାହିଁ । କର୍ମଚାରୀ ଓ ଶ୍ରମିକ ମାନେ ପରିବାର ସହ ଭୋକ ଉପାସରେ ଦିନ ବିତାଉଛନ୍ତି ।
ନୀଳାଚଳ ଇସ୍ପାତ ନିଗମର କର୍ମଚାରୀଙ୍କୁ ୭ମାସର ଦରମା କିପରି ମିଳିବ,ସେନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ହସ୍ତକ୍ଷେପ ଲୋଡିଛନ୍ତି ସୁକିନ୍ଦା ବିଧାୟକ ଇଂ ପ୍ରୀତିରଞ୍ଜନ ଘଡ଼ାଇ। OMC,IPICOL ଜରିଆରେ ଦରମା ପ୍ରଦାନ ଲାଗି MMTCକୁ ନିର୍ଦ୍ଦେଶ ଦିଆଯାଉ। ମହଜୁଦ ଥିବା ପ୍ରାୟ ୨୩୦କୋଟି ଟଙ୍କାର ଫିନିସ୍ ଗୁଡସ୍,SAILର ରାଉରକେଲା ବା ବୋକାରକୁ ବିକ୍ରି କରାଯାଉ। ବିକ୍ରି ରାଶିକୁ ନୀଳାଚଳ ବ୍ୟାଙ୍କ ଆକାଉଣ୍ଟରେ ଜମା ରଖି ବକେୟା ଦରମା ପ୍ରଦାନ କରିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଧାନସଭାରେ ଦାବି ରଖିଛନ୍ତି ବିଧାୟକ ଘଡ଼ାଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking