31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପଦକ ଜିତିଲେ ଖେଳାଳିଙ୍କୁ ସରକାରୀ ଚାକିରି ଦେବେ ଆସାମ ସରକାର

ପଦକ ଜିତିଲେ ଖେଳାଳିଙ୍କୁ ସରକାରୀ ଚାକିରି ଦେବେ ଆସାମ ସରକାର

ଗୁଆହାଟୀ : ଆସାମରୁ ଯେଉଁ ମାନେ ଅଲମ୍ପିକ, କମଲଓ୍ବେଲଥ ଓ ଏସିଆନ୍ ଗେମ୍ସରେ ଭାଗ ନେଇ ପଦକ ବିଜେତା ହୋଇଛନ୍ତି ସେମାନଙ୍କୁ କ୍ଲାସ-୧ ସରକାରୀ ଚାକିରି ଦେବେ ଆସାମ ସରକାର। ଏନେଇ ବୁଧବାର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନେତୃତ୍ୱରେ ବସିଥିବା ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସାମ ସରକାର ସ୍ୱୀକୃତିପ୍ରାପ୍ତ ବିଶ୍ୱ ଚାମ୍ପିୟନସିପର ପଦକ ବିଜେତାମାନଙ୍କୁ ଦ୍ୱିତୀୟ ଶ୍ରେଣୀ ସରକାରୀ ଚାକିରି ଓ ଜାତୀୟ ଖେଳର ପଦକ ବିଜେତାମାନଙ୍କୁ ତୃତୀୟ ଶ୍ରେଣୀ ଚାକିରି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଏକ ବିବୃତ୍ତିରେ ଆସାମ ସରକାର କହିଛନ୍ତି ଯେ କ୍ରୀଡ଼ାବିତ ମାନଙ୍କୁ ମାସିକ କ୍ରୀଡା ପେନସନକୁ ବର୍ତ୍ତମାନ ୮୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

କମନୱେଲଥ ଏବଂ ଜାତୀୟ ଖେଳର ପଦକ ବିଜେତାମାନଙ୍କୁ ସ୍ପୋର୍ଟସ ପେନସନ ପ୍ରଦାନ କରିବାକୁ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ସରକାରୀ ଚାକିରିରେ ଏକ ଲକ୍ଷ ଯୁବକ ନିଯୁକ୍ତ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ଏକ ଅଂଶ ଭାବରେ ସେପ୍ଟେମ୍ବର ୧ରୁ ଆସାମ ପୁଲିସରେ ୧୫ ଶହ ଖାଲି ଥିବା ପଦବୀ ପୂରଣ ପାଇଁ କ୍ୟାବିନେଟ ପ୍ରକ୍ରିୟା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି।
ଆସାମ ପୁଲିସର ୫ଟି ନୂଆ ବାଟାଲିୟନ ଗଠନ କରିବାକୁ ମଧ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହି ବାଟାଲିୟନରେ ମୋଟ ୬,୨୭୦ ଯୁବକ ନିଯୁକ୍ତ ହେବେ ବୋଲି ସରକାର କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking