31.1 C
Bhubaneswar
Friday, March 29, 2024
Homeଓଡିଶାନାମାଙ୍କନ ଦାଖଲ କଲେ ଆଶ୍ରିତ

ନାମାଙ୍କନ ଦାଖଲ କଲେ ଆଶ୍ରିତ

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ପୁରୀ ଏଡିଏମଙ୍କ କାର୍ଯ୍ୟାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ଆଶ୍ରିତ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ପିପିଲରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ହେଲେ ବିଜେଡି ନେତା ପ୍ରଦୀପ ମହାରଥୀଙ୍କଠାରୁ ସେ ହାରିଯାଇଥିଲେ । ବିଜେପି ପ୍ରଥମ ଦଳ ଭାବରେ ପିପିଲି ଉପନିର୍ବାଟନ ପାଇଁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ହେଲେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ବର୍ତମାନ ଯାଏଁ ପ୍ରାର୍ଥୀ ଚୟନ ହୋଇନାହିଁ । ବିଜେଡିରୁ ମହାରଥୀଙ୍କ ପରିବାରରୁ କିଏ ପ୍ରାର୍ଥୀ ହେବ ନା ଟିକଟ ଆଉ କାହାକୁ ମିଳିବ ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ତେବେ , ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ । ମାର୍ଚ୍ଚ ୩୧ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୩ ରହିଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ । ଏପ୍ରିଲ ୧୭ରେ ହେବ ଭୋଟ୍ ଗ୍ରହଣ । ସକାଳ ୭ରୁ ସଂଧ୍ୟା ୬ଯାଏ ଭୋଟ୍ ଗ୍ରହଣ କରାଯିବ । ମେ ୨ରେ ଭୋଟ୍‌ଗଣତି କରାଯିବ । ମେ ୪ସୁଦ୍ଧା ସରିବ ଉପନିର୍ବାଚନ ପ୍ରକ୍ରିୟା । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking