26.1 C
Bhubaneswar
Sunday, September 25, 2022
Homeଓଡିଶାପୁରୀଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଏଏସ୍‌ଆଇର ଚିଠି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ଏଏସ୍‌ଆଇର ଚିଠି

ଭୁବନେଶ୍ୱର : ଖୋଲିବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଏନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ କରାଯିବ । ଗତ ୮ ତାରିଖରେ ଏଏସଆଇ ଏହି ଚିଠି ଲେଖିଥିବା ଜଣାପଡ଼ିଛି । ତେବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହିତ ରାଜ୍ୟ ଆଇନ ବିଭାଗ ସଚିବଙ୍କୁ ମଧ୍ୟ ଏଏସଆଇ ଚିଠି ଲେଖିଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଥିବା ଅଳଙ୍କାରକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ସନ୍ଦେହ ବଢ଼ିଚାଲିଥିବା ବେଳେ ଆଜି ପର୍ଯ୍ୟନ୍ତ ରତ୍ନଭଣ୍ଡାରର ହଜିଥିବା ଚାବି ପ୍ରସଙ୍ଗ ଉପରୁ ପରଦା ହଟିନାହିଁ । ବାସ୍ତବରେ ଚାବି ହଜିଥିଲା ନା ନାହିଁ, ସେନେଇ ଏବେ ବି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

ଚାବି ହଜିବା ନେଇ ଜିଲ୍ଲାପାଳ କି ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ କୌଣସି ଚିଠି କରାଯାଇ ନଥିଲା । ତେଣୁ ଏହା ରତ୍ନଭଣ୍ଡାର ଚାବି ହଜିବା ଘଟଣାର ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ୧୭ ଜଣିଆ କମିଟି ଗଠନ କରିଥିଲେ । ଉକ୍ତ କମିଟି ୨୦୧୮ ଏପ୍ରିଲରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇଥିଲେ । ମାତ୍ର ଯାଞ୍ଚ ପାଇଁ ଯାଇଥିବା ଦଳ ଅଧାରୁ ଫେରି ଆସିଥିଲେ । ରତ୍ନଭଣ୍ଡାର ଅସୁରକ୍ଷିତ ରହିଥିବା ଉକ୍ତ କମିଟି ରିପୋର୍ଟ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking